ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ ସିଂଙ୍କ ପରଲୋକ

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ ସିଂଙ୍କ ପରଲୋକ

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ ସିଂ ଙ୍କ ଆଜି ନିଧନ ହୋଇଛି । ଆଜି ସକାଳ ୫ ଟାରେ ଦେହାନ୍ତ କରିଥିବା ସୁଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ ହିମାଚଳ ପ୍ରଦେଶ ଉନାରେ ଥିବା ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଚରଣଜିତ୍ ପୁର୍ବରୁ କିଛି ଦିନ ଅସୁସ୍ଥ ମଧ୍ୟ ରହିଥିଲେ । କିନ୍ତୁ ହଠାତ୍ ତାଙ୍କର ଦେହ ଅସୁସ୍ଥ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି ।

ତାଙ୍କର ଶେଷ ରୀତିନୀତି ଆଜି ଅପରାହ୍ନ ୪ ଟାରେ ଉନାର ସ୍ୱର୍ଗଦମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସବୁଠାରୁ ବଡ଼ କଥା ହେଉଛି ଚରଣଜିତଙ୍କ ନେତୃତ୍ୱରେ ଭାରତୀୟ ଦଳ ୧୯୬୪ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲୋ ଚରଣଜିତଙ୍କୁ ଅର୍ଜୁନ ପୁରସ୍କାର ଏବଂ ପଦ୍ମଶ୍ରୀ ମଧ୍ୟ ସମ୍ମାନିତ କରାଯାଇଛି ।