ହାତ ଛାଡ଼ି ଶଙ୍ଖ ଧରିଲେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ କୁଲେସିକା

ହାତ ଛାଡ଼ି ଶଙ୍ଖ ଧରିଲେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ କୁଲେସିକା

କଂଗ୍ରସ ଛାଡି ବିଜେଡିରେ ଯୋଗଦେଲେ ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା। ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ଏବଂ ଶତାଧିକ ସମର୍ଥକଙ୍କ ସହ ଯୋଗଦେଲେ କୈଳାସ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ୨୦୧୪ରୁ ୨୦୧୯ ଯାଏ ଲକ୍ଷ୍ମୀପୁରରୁ କଂଗ୍ରେସ ଟିକେଟ ପାଇ ବିଧାୟକ ଥିଲେ ସେ। କେବଳ ସେତିକି ନୁହେଁ ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡ଼ି ପ୍ରାର୍ଥୀଙ୍କଠୁ ହାରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ପରିଚିତ କର୍ମକର୍ତ୍ତା ବିଧାୟକଙ୍କୁ ଦେଖିବାକୁ ମିଳିଥିଲା।