ଏକର ଏକର ଜମିରୁ ଗଞ୍ଜେଇ ନଷ୍ଟ କଲା ଆସିକା ପୋଲିସ୍

ଏକର ଏକର ଜମିରୁ ଗଞ୍ଜେଇ ନଷ୍ଟ କଲା ଆସିକା ପୋଲିସ୍

ବିଭିନ୍ନ ଜିଲ୍ଲାରେ ଏବେ ନୀଳ ଜହର ସଫା ଅଭିଯାନ ଚାଲିଛି। ବିଶେଷ କରି ଉପାନ୍ତ ଓ ସୀମାନ୍ତ ଗ୍ରାମ ଗୁଡିକରେ ଗଞ୍ଜେଇ ଚାଷ ଚାଲିଥିବା ବେଳେ ପୋଲିସ ଆଉ ପ୍ରଶାସନ ପକ୍ଷରୁ ତାକୁ ସଫା କରିବାକୁ ଜୋରଦାର କସରତ ଚାଲିଛି। ତେବେ ଆଜି ଗଞ୍ଜାମ ଜିଲ୍ଲା ବଡଗଡ ଧରାକୋଟ ସୀମାନ୍ତରେ ଥିବା ଏକର ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ପ୍ରଶାସନ। ବଡଗଡ ଥାନା ସାବା ଖାରିପଲ୍ଲୀ ପାହାଡିଆ ଜଙ୍ଗଲ ଜମିରେ ଚାଷ ହୋଇଥିବା ଏକାଧିକ ଏକର ଗଞ୍ଜେଇ ଗଛ କଟିଛି ପୋଲିସ। ଆସିକା ଏସଡିପିଓଙ୍କ ନେତୃତ୍ବରେ ଚଢାଉ କରାଯାଇଛି, ଗଞ୍ଜେଇ ଫସଲ ସଫା କରାଯାଇଛି। ବରଗଡ ସୋରଡା ପାଟପୁର ଧରାକୋଟ ଥାନା ଅଧିକାରୀ, ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସମେତ ଧରାକୋଟ ତହସିଲଦାର, ଅବକାରୀ ବିଭାଗ ଅଧିକାରୀ, ବିଦ୍ୟୁତ ବିଭାଗ ଉପସ୍ଥିତିରେ ଚଢାଉ କରାଯାଇଥିଲା।