ଆହୁରି ମାସେ ଯାଏଁ ଗଂଜାମରେ ଖୋଲିବନି ମନ୍ଦିର

ଆହୁରି ମାସେ ଯାଏଁ ଗଂଜାମରେ ଖୋଲିବନି ମନ୍ଦିର

ଆହୁରି ମାସେ ଯାଏଁ ଗଂଜାମରେ ଖୋଲିବନି ମନ୍ଦିର । ଭକ୍ତ ପାଇଁ ମନ୍ଦିର ବନ୍ଦ ରହିବ । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍‌ ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ଅଧିକାରୀ ପର୍ଯ୍ୟନ୍ତ ଭିଡିଓ କନଫରେନ୍‌ସିଂ ଜରିଆରେ ଆଲୋଚନା କରି ଏହା କହିଛନ୍ତି।

ସେହିପରି ବର୍ତ୍ତମାନ ବଣଭୋଜିର ସମୟ । ତେଣୁ ବଣଭୋଜିରେ ଅତ୍ୟଧିକ ଗହଳି ଓ ନାଚଗୀତକୁ ବାରଣ କରାଯାଇଛି । ପିକନିକ୍‌ ସ୍ଥାନକୁ ସ୍ୱଳ୍ପ ଲୋକଯାଇ ସେଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହି କାର୍ଯ୍ୟରେ ତହସିଲଦାରଗଣ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।