ଗ୍ରେଟର ହାଇଦ୍ରାବାଦ୍ ପୌର ନିର୍ବାଚନରେ ଗୈରିକ ବାନା ଉଡ଼ାଇବାରେ ସଫଳ ହେଲା ବିଜେପି...

ନିଜାମ ଗଡ଼ ଭାବରେ ଜଣାଶୁଣା ହାଇଦ୍ରାବାଦ୍ରେ ଗୈରିକ ବାନା ଉଡ଼ାଇବାରେ ସମର୍ଥ ହୋଇଛି ବିଜେପି । ମେୟର ପଦ ଦଖଲରେ ଅସଫଳ ହୋଇଥିଲେ ମଧ୍ୟ ପୌର ନିର୍ବାଚନରେ ବିଜେପିର ପ୍ରଦର୍ଶନ ରାଜନୈତିକ ପଣ୍ଡିତମାନଙ୍କୁ ଚକିତ କରିଛି । ପୂର୍ବ ନିର୍ବାଚନରେ ମାତ୍ର ୪ଟି ଆସନ ପାଇଥିବା ବିଜେପି ଚଳିତ ପୌର ନିର୍ବାଚନରେ ସଫତଳା ହାସଲ କରିବା ନିଜର ସମସ୍ତ ବଳ ଖଟାଇଥିଲା, ଏପରି କି ଦଳର ପ୍ରାର୍ଥୀମାନଙ୍କର ପ୍ରଚାର ପାଇଁ ଜେପି ନଡ୍ଡା, ଆଦିତ୍ୟନାଥ ଯୋଗୀ ଓ ଅମିତ ଶାହଙ୍କ ଦଳୀୟ ହେଭିଓ୍ୱେଟ୍ ହାଇଦ୍ରାବାଦ୍ର ପ୍ରଚାର ନିମନ୍ତେ ବେଶ୍ କିଛି ଦିନ ଡେରା ପକାଇଥିଲେ, ଯାହାର ସୁଫଳ ମିଳିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ହୋଇଥିବା ୧୫୦ଟି ଆସନରୁ ଟିଆରଏସ ୫୫ଟି ଆସନରେ ହାସଲ କରି ଶୀର୍ଷ ସ୍ଥାନ ବଜାୟ ରଖିଛି । ସେହିଭଳି ଅସ୍ୱାଭାବିକ ଭାବରେ ବିଜେପି ୪୫ ଆସନକୁ ହାତେଇ ଏହି ପୌର ନିର୍ବାଚନରେ ଦ୍ୱିତୀୟ ବୃହତ୍ ରାଜନୈତିକ ଦଳ ହେବାର ସୌଭାଗ୍ୟ ଲାଭ କରିଛି । ଓଓ୍ୱେସୀଙ୍କ ଏଆଇଏମଆଇଏ ଚଳିତ ଥର ଏହି ପୌର ନିର୍ବାଚନରେ ୪୩ଟି ଆସନ ଜିତି ତୃତୀୟ ବୃହତ୍ତ ରାଜନୈତିକ ଦଳର ମାନ୍ୟତା ପାଇଛି । ତେବେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ଅତି ଶୋଚନୀୟ ପ୍ରଦର୍ଶନ କରି ପାଇଛି ମାତ୍ର ୨ଟି ଆସନ ।
Comments (0)