ଆଫଗାନିସ୍ତାନର କାବୁଲ ବିଶ୍ଵ ବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ; ୨୫ ମୃତ

ଆଫଗାନିସ୍ତାନର କାବୁଲ ବିଶ୍ଵ ବିଦ୍ୟାଳୟରେ ଆତଙ୍କବାଦୀ  ଆକ୍ରମଣ;  ୨୫ ମୃତ

ଆଫଗାନିସ୍ତାନର କାବୁଲ ବିଶ୍ଵ ବିଦ୍ୟାଳୟରେ ଆତଙ୍କବାଦ ଆକ୍ରମଣ ହେବ ଫଳରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ  ୪୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ପୂରା କ୍ୟାମ୍ପସକୁ ସୁରକ୍ଷାବଳ ଘେରି ଯାଇଛନ୍ତି। କ୍ୟାମ୍ପସ ଭିତରୁ ଏବେ ମଧ୍ୟ ଗୁଳି ଶବ୍ଦ ଶୁଣାଯାଉଛି।

ସୂଚନା ଅନୁଯାୟୀ ଆଫଗାନ ଓ ଇରାନ ଅଧିକାରୀ ବିଶ୍ଵ ବିଦ୍ୟାଳୟରେ ଏକ ପୁସ୍ତକମେଳାର ଉଦଘାଟନ ହେଵା ସମୟରେ କାବୁଲ ବିଶ୍ଵ ବିଦ୍ୟାଳୟ ନିକଟରେ ଗୁଳିମାଡ ହୋଇଥିଲା । ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ତାରିଫ ଏରିୟନ କହିଛନ୍ତି, ବନ୍ଧୁକଧାରୀଙ୍କ ଏକ ଗୋଷ୍ଠୀ ସୋମବାର ଅପରାହ୍ନରେ କାବୁଲ ବିଶ୍ଵ ବିଦ୍ୟାଳୟ ପରିସରରେ ପଶି ଆକ୍ରମଣ କରିଛନ୍ତି।