କ୍ରିକେଟରୁ ଅବସର ନେବେ ହରଭଜନ !

କ୍ରିକେଟରୁ ଅବସର ନେବେ ହରଭଜନ !

ଭାରତର ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂହ କ୍ରିକେଟରୁ ନେବେ ଅବସର । ଆଉ ଏହା ସହ ତାଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିବ । ସେ ଆସନ୍ତା ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ( ଆଇପିଏଲ୍‌) ୨୦୨୨ରେ ଏକ ବଡ଼ ଟିମ୍ ସହ ସପୋର୍ଟିଂ ଷ୍ଟାଫ୍‌ର ପ୍ରମୁଖ ସଦସ୍ୟ ଭାବେ ନଜର ଆସିବେ।

ହରଭଜନ ଆଇପିଏଲ୍‌ ୨୦୨୧ର ପ୍ରଥମ ପର୍ଯ୍ୟାୟରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର) ପକ୍ଷରୁ କିଛି ମ୍ୟାଚ୍‌ ଖେଳିଥିଲେ , ହେଲେ ୟୁଏଇ ଲିଗ୍‌ରେ ଗୋଟିଏ ବି ମ୍ୟାଚ୍‌ ଖେଳି ନଥିଲେ। ଆଶା କରାଯାଉଛି କି ହରଭଜନ ଆସନ୍ତା ସପ୍ତାହ କ୍ରିକେଟ୍‌ରୁ ଅଫିସିଆଲି ଭାବେ ସନ୍ନ୍ୟାସ ଘୋଷଣା କରିବେ ଏବଂ ଏହାପରେ ତାଙ୍କର କିଛି ଫ୍ରାଞ୍ଚାଇଜ୍‌ର ସପୋର୍ଟ ଷ୍ଟାଫ୍ ସହ ଯୋଡ଼ି ହେବାର ଯୋଜନାରୁ କୌଣସି ଗୋଟିଏ କୁ ସ୍ୱୀକାର କରିବାର ଆଶା କରାଯାଉଛି ।

ଆଇପିଏଲ୍‌ର ଏକ ସୂତ୍ର ନାମ ପ୍ରକାଶ ନକରିବା ସର୍ତ୍ତରେ ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ କହିଛି, ଏହି ଭୂମିକା ପରାମର୍ଶଦାତା ,ମାର୍ଗଦର୍ଶକ ବା ପରାମର୍ଶଦାତା ଗ୍ରୁପର ସଦସ୍ୟ ହୋଇପାରନ୍ତି ,ହେଲେ ସେ ଯେଉଁ ଫ୍ରାଞ୍ଚାଇଜ ସହ କଥା ହେଉଛନ୍ତି ସେ ତାଙ୍କର ଅଭିଜ୍ଞତାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି । ସେ ନିଲାମୀରେ ଖେଳାଳିଙ୍କୁ ଚୟନ କରିବାରେ ବି ଫ୍ରାଞ୍ଚାଇଜକୁ ବି ସାହାଯ୍ୟ କରିବାରେ ସକ୍ରିୟ ଭୂମିକା ନେବେ ।

ହରଭଜନ ସର୍ବଦା ଖେଳାଳିଙ୍କୁ ସଂଶୋଧନ କରିବାରେ ରୁଚି ଦେଖାଇଛନ୍ତି ଏବଂ ଏକ ଦଶକ ଯାଏ ମୁମ୍ୱାଇ ଇଣ୍ଡିଆନ୍ସ ସହ ଯୋଡ଼ି ରହିବା ପରେ , ଅନ୍ୟ ବର୍ଷ ଗୁଡ଼ିକରେ ଟିମ୍‌ ସହ ତାଙ୍କର ଭୂମିକା ଥିଲା ।