୮ଟି ରୋଗରୁ ମୁକ୍ତି ଦିଏ ଗଙ୍ଗା ଜଳ

୮ଟି ରୋଗରୁ ମୁକ୍ତି ଦିଏ ଗଙ୍ଗା ଜଳ

ବିଶ୍ୱାସ କରାଯାଏ ଯେ ଗଙ୍ଗା ଜଳକୁ ଛୁଇଁଲେ କଷ୍ଟରୁ ମୁକ୍ତି ମିଳିଥାଏ । ଗଙ୍ଗା ଜଳରେ ଗାଧୋଇବା କିମ୍ବା ଏହି ପବିତ୍ର ଜଳକୁ ପିଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା କମିଯାଇଥାଏ । ଗଙ୍ଗା ଜଳ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ବାସ୍ତୁ ଶାସ୍ତ୍ରରେ ଗଙ୍ଗା ଜଳର ବ୍ୟବହାର ଅନେକ ଦୋଷକୁ ଦୂର କରିଥାଏ ବୋଲି କୁହାଯାଏ । ଗଙ୍ଗା ଜଳ ମଣିଷ ମନ ଓ ତାର ପରିବେଶ ସୁଦ୍ଧ କରିଥାଏ ବୋଲି କୁହାଯାଏ। ଗଙ୍ଗା ଜଳ ଘରୁ ନକାରାତ୍ମକ ଶକ୍ତି ଦୂର କରିଥାଏ। ତେବେ ଚାଲନ୍ତୁ ଜାଣିବା ଗଙ୍ଗା ଜଳ ଘରେ ରଖିବା ବା ସେବନ ଦ୍ଵାରା କଣ ସବୁ ଲାଭ ମିଳିଥାଏ…ସୋମବାର ଗଙ୍ଗା ପାଣିରେ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ । ଏହା କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କର କୃପା ସର୍ବଦା ଆପଣଙ୍କ ପରିବାର ଉପରେ ରହିବ। ଘରେ ସଫା ସୁତୁରା ପରେ ଗାଧୋଇ ପୂଜା କରନ୍ତୁ ଏବଂ ଗଙ୍ଗା ପାଣି ସିଞ୍ଚନ କରନ୍ତୁ । ପ୍ରତ୍ୟେକ କୋଠରୀରେ ଗଙ୍ଗା ପାଣି ଛିଞ୍ଚନ୍ତୁ । ଏହା ମନକୁ ଶାନ୍ତ ରଖିବା ସହିତ ଘରେ ନକାରାତ୍ମକ ଶକ୍ତି ପ୍ରବେଶକୁ ରୋକିଥାଏ । ଗଙ୍ଗା ଜଳ ପିଇବା ଦ୍ୱାରା ନିମୋନିଆ, ମେନିଞ୍ଜାଇଟିସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ । ଗଙ୍ଗା ଜଳ ବ୍ୟବହାର କରି ଆଠରୁ ଅଧିକ ରୋଗର ଚିକିତ୍ସା ସମ୍ଭବ ବୋଲି ବିଶେଷଜ୍ଞମାନେ କୁହନ୍ତି। ଘରେ ଗଙ୍ଗା ଜଳ ରଖିବା ଦ୍ୱାରା ସବୁବେଳେ ସୁଖ ଏବଂ ସମୃଦ୍ଧ ରହିଥାଏ । ଦୂଷିତ ହାତରେ ଗଙ୍ଗା ଜଳକୁ କେବେବି ସ୍ପର୍ଶ କରନ୍ତୁ ନାହିଁ । ଗଙ୍ଗା ଜଳକୁ ସର୍ବଦା ଏକ ତମ୍ବା,ପିତଳ, ମାଟି କିମ୍ବା ରୂପା ପାତ୍ରରେ ରଖିବା ଲାଭଦାୟକ ହୋଇଥାଏ । ଯେଉଁଠାରେ ଗଙ୍ଗା ଜଳ ରଖାଯାଏ ସେହି ସ୍ଥାନରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ୍ । ବିଶ୍ୱାସ କରାଯାଏ ଯେ ପ୍ରତିଦିନ ଗଙ୍ଗା ଜଳ ପିଇବା ଦ୍ୱାରା ଜଣେ ବ୍ୟକ୍ତି ସୁସ୍ଥ ରହିଥାଏ ଏବଂ ଦୀର୍ଘାୟୁ ହୋଇଥାଏ । ବ୍ୟକ୍ତିର ଚିତ ଶୁଦ୍ଧ ହୋଇଥାଏ।ଗଙ୍ଗାଜଳକୁ ଏପରି ସ୍ଥାନରେ ରଖିବା ଉଚିତ ନୁହେଁ ଯେଉଁଠାରେ ଅନ୍ଧକାର ରହିଛି । ଗଙ୍ଗା ଜଳ ଅତ୍ୟନ୍ତ ପବିତ୍ର, ତେଣୁ ଏହାକୁ ରଖିବାବେଳେ ଏହା ମଧ୍ୟ ମନେ ରଖିବା ଉଚିତ ଯେ ଯେଉଁଠାରେ ଗଙ୍ଗା ଜଳ ରଖାଯାଏ, ସେଠାରେ ଗଙ୍ଗାଜଳ ମଇଳା ରହିବା ଉଚିତ ନୁହେଁ। ଏଥିରୁ ନକାରତ୍ମକ ଉର୍ଜା ଆସିଥାଏ। ଏହାକୁ ଲମ୍ବା ସମୟ ପାଇଁ ନ ରଖି କିଛି କିଛି ସମୟ ମଧ୍ୟରେ ବଦଳାନ୍ତୁ। ଏହା କରିବା ଦ୍ୱାରା ସକାରତ୍ମକ ଉର୍ଜାର ବିସ୍ତାର ହୋଇଥାଏ। ଯଦି ଆପଣ ସମୟ ସମୟରେ ଏହାକୁ ଅନ୍ୟ ଘରେ ରଖିବେ ତହେଲେ ସକାରତ୍ମକ ଉର୍ଜା ଆସିବ।ଗଙ୍ଗାଜଳକୁ ଛୁଇଁବା ପୂର୍ବରୁ ହାତକୁ ଭଲ ଭାବରେ ପରିଷ୍କାର କରି ଧୋଇବା ଉଚିତ। ଭୁଲରେ ସୁଦ୍ଧା ଗଙ୍ଗା ଜଳକୁ ଅପରିଷ୍କାର ହାତରେ ଛୁଇଁବା ଉଚିତ ନୁହେଁ। କୁହାଯାଏ କି ଏଥିରେ ଦୋଷ ଲାଗିଥାଏ ଏବଂ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।