ବସରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ୩ ଯାତ୍ରୀ

ବସରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ୩ ଯାତ୍ରୀ

ମଥୁରାରୁ ଇନ୍ଦୋରକୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଗୁନା ଜିଲ୍ଲାର ବାନିଗଞ୍ଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ବସରେ ନିଆଁ ଲାଗିଯାଇଥିଲା, ଏବଂ ସେହି ନିଆଁରେ ବସରେ ଥିବା ତିନି ଜଣ ଯାତ୍ରୀ ଜୀବନ୍ତ ଜଳିଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ ଆହୁରି ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।ଖବର ଅନୁଯାୟୀ ଗୁରୁବାର ରାତିରେ ଇନ୍ଦୋରରୁ ଆସୁଥିବା ଯାତ୍ରୀବାହୀ ବସ୍ ଗୁନା ଜିଲ୍ଲାର ବାନିଗଞ୍ଜ ନିକଟରେ ରାସ୍ତା ଉପରେ ଛିଡା ହୋଇଥିବା କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ବସରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣାସ୍ଥଲରେ ହିଁ ଜୀବନ୍ତ ଦଗ୍ଧ ହୋଇ ୩ ଜଣ ଯାତ୍ରୀ ମରିଯାଇଥିଲେ। ମୃତ ଯାତ୍ରୀମାନେ ଇନ୍ଦୋରର ବୋଲି ଜଣାପଡିଛି।ସେମାନେ ଦୀପାବଳିରେ ମଥୁରା ପରିଦର୍ଶନ କରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଏହାସହ ଗୁରୁତର ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯଇଛି । ତେବେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।