ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ
ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

ଭାରସାମ୍ୟ ହରାଇ ଘର ଭିତରେ ପଶିଲା ୧୦ ଚକିଆ ଟ୍ରକ। ଅଳ୍ପକେ ବର୍ତ୍ତିଲେ ପରିବାରର ୫ ସଦସ୍ୟ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ୫୯ ନଂ ଜାତୀୟ ରାଜପଥର ଗଡ଼ଦାମଦର ପଲ୍ଲୀ ଠାରେ ଘଟିଛି ଦୁର୍ଘଟଣା।

ଟ୍ରକଟି ସୋରଡ଼ାରୁ ଆସିକା ଅଭିମୁଖେ ଯାଉଥିବା ବେଳେ ଗଡ଼ଦାମଦର ପଲ୍ଲୀ ଠାରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡରେ ଥିବା ୫ଟି ଘରେ ପଶି ଯାଇଥିଲା। ଦୁର୍ଘଟଣାରେ ଗୋଟିଏ ମୋଟର ସାଇକେଲ ଓ ୩ଟି ଘର ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ସଦସ୍ୟ। ଘଟଣାସ୍ଥଳରେ ଧରାକୋଟ ପୁଲିସ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।