ହସ୍ପିଟାଲରେ ଭର୍ତି ହେଲେ ବିପିନ ରାୱତ

ହସ୍ପିଟାଲରେ ଭର୍ତି ହେଲେ ବିପିନ ରାୱତ

ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ସବୁଠାରୁ ବଡ଼ କଥା ହେଉଛି ଏହି ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ଥିଲେ । ଭାରତୀୟ ବାୟୁ ସେନାର MI-17V5 ହେଲିକପ୍ଟରରେ ଲେକ୍ଟର ସିରିଜରେ ଯୋଗ ଦେବାକୁ ଯାଉଥିଲେ ସିଡିଏସ୍ । ଘଟଣାସ୍ଥଳରୁ ସିଡିଏସ ବିପିନ ରାୱତଙ୍କୁ ଗୁରୁତର ଅବସ୍ଥାରେ ହସିପିଟାଲକୁ ନିଆଯାଇଛି।

କୁହାଯାଉଛି କି ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାରେ ଶିକାର ହୋଇଥିଲା । ଏହି ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ବି ଥିଲେ । ଉଦ୍ଧାର ହୋଇଥିବା ଲୋକଙ୍କୁ ୱିଲିଂଟନ ବେସରେ ଚିକିତ୍ସା କରାଯାଉଛି । ପ୍ରାରମ୍ଭିକ ସୂଚନା ମୁତାବକ ସିଡିଏସ ବିପିନ ରାୱତ ନିଜ ପତ୍ନୀଙ୍କ ସହ ୱିଲିଂଟନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ୱିଲିଂଟନ ଠାରେ ଆର୍ମ ଫୋର୍ସର ଏକ କଲେଜ ରହିଛି । ସେଠାରେ ସିଡିଏସ ବିପିନ ରାୱତ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ । ସେଠାରୁ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିବା ବାଟରେ କୁନ୍ନୁର ଠାରେ ହେଲିକପ୍ଟରଟି ଦୁର୍ଘଟଣାରେ ଶିକାର ହୋଇଛି । ହେଲିକପ୍ଟରରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ, ଏସଏମ. ଭିଏସଏମ, ହରଜିନ୍ଦର ସିଂ,ଏନ.କେ ଗୁରୁସ୍ୱେକା ସିଂ, ଏନ.କେ ଜିତେନ୍ଦ୍ର କୁମାର, ଏଲ.ଏନକେ ବିବେକ କୁମାର,ଏଲ.ଏନକେ.ବି ସାଇ ତେଜା, ଓ ଏଚଏଭି ସତପାଲ ସାମିଲ ଥିଲେ ।