ଆଇଏଏସ ସ୍ତରରେ ବଡ ଅଦଳବଦଳ କଲେ ମୋଦୀ ସରକାର, ଅଳକା ଉପାଧ୍ୟାୟ ହେଲେ ଏନଏଚଏଆଇ ନିର୍ଦ୍ଦେଶିକା

ଆଇଏଏସ ସ୍ତରରେ ବଡ ଅଦଳବଦଳ କଲେ ମୋଦୀ ସରକାର, ଅଳକା ଉପାଧ୍ୟାୟ ହେଲେ ଏନଏଚଏଆଇ ନିର୍ଦ୍ଦେଶିକା
ଆଇଏଏସ ସ୍ତରରେ ବଡ ଅଦଳବଦଳ କଲେ ମୋଦୀ ସରକାର, ଅଳକା ଉପାଧ୍ୟାୟ ହେଲେ ଏନଏଚଏଆଇ ନିର୍ଦ୍ଦେଶିକା

ନୂଆଦିଲ୍ଲୀ,୦୬/୧୨: କେନ୍ଦ୍ର ସରକାର ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ପ୍ରଶାସକ ଅଳକା ଉପାଧ୍ୟାୟଙ୍କୁ ଜାତୀୟ ରାଜପଥ ପ୍ରାଧିକରଣର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି ।

ଅଳକା ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ ଅଫିସର । ସେ ମଧ୍ୟପ୍ରଦେଶ କ୍ୟାଡରର ଅଟନ୍ତି । ଏବେ ସେ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ସେହିପରି ବନ୍ଦର ମନ୍ତ୍ରାଳୟର ଅତିରିକ୍ତ ସଚିବ ସଞ୍ଜୀବ ବନ୍ଦୋପାଧ୍ୟାୟଙ୍କୁ ଅନ୍ତର୍ଦେଶୀୟ ଜଳପଥ ବିଭାଦର ନିର୍ଦ୍ଦେଶତ ଭାବେ ଦାୟିତ୍ୱ ମିଳିଛି । ଧର୍ମେନ୍ଦ୍ର ଏସ ଗଙ୍ଗଓ୍ୱାରଙ୍କୁ ସୀମା ପରିଚାଳନା ବିଭାଗର ସଚିବ ଦାୟିତ୍ୱ, ସନ୍ଦୀପ କୁମାର ନାୟକଙ୍କୁ ଜାତୀୟ ଉତ୍ପାଦକ ନିଗମର ଡିଜି ଦାୟିତ୍ୱ ପ୍ରଦାନ କରାଯାଇଛି ।

୧୯୮୮ ବ୍ୟାଚର ଆଇଏଏସ ଅଧିକାରୀ ଉପମା ଶ୍ରୀବାସ୍ତବଙ୍କୁ ଜାତୀୟ ଜନଜାତି କମିଶନର ସଚିବ ଦାୟିତ୍ୱ, ଜୁଥିକା ପାଟନାକରଙ୍କୁ ଜାତୀୟ ସୂଚନା କମିଶନରେ ସଚିବ ଦାୟିତ୍ୱ, ଅନିତା ପ୍ରବୀଣଙ୍କୁ ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଛି । ସେହିପରି ଜି ଅଶୋକ କୁମାରଙ୍କୁ  ସ୍ୱଚ୍ଛ ଗଙ୍ଗା  ଜାତୀୟ ମିଶନର ଡିଜି ଦାୟିତ୍ୱ, ନୀଲମ ସାମିଙ୍କୁ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଅତିରିକ୍ତ ସଚିବ ପଦ ସମ୍ଭାଳିବେ ।

ଆହୁରି ମଧ୍ୟ ହରି ରଞ୍ଜନ ରାଓଙ୍କୁ ଟେଲି କମ୍ୟୁନିକେସନ ବିଭାଗର ଅତିରିକ୍ତ ସଚିବ ଓ ୧୯୯୬ ବ୍ୟାଚର ଆଇଏଏସ ଅଫିସ ଶ୍ୟାମଲ ମିଶ୍ରଙ୍କୁ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଦାୟିତ୍ୱ ମିଳିଛି ।