ଡ୍ରେନରେ ଭାସିଯାଇ ମୃ୍ତ୍ୟୁବରଣ କରିଥିବା ଘଟଣା; ମୃତ ଛାତ୍ର ପରିବାରଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ଅନୁକମ୍ପା ରାଶି

ଡ୍ରେନରେ ଭାସିଯାଇ ମୃ୍ତ୍ୟୁବରଣ କରିଥିବା ଘଟଣା; ମୃତ ଛାତ୍ର ପରିବାରଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ଅନୁକମ୍ପା ରାଶି
odishatv

ଡ୍ରେନରେ ଭାସିଯାଇ ମୃ୍ତ୍ୟୁ ବରଣ କରିଥିବା ଦଶମ ଶ୍ରେଣୀ ଛାତ୍ରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା । ମୃତ ନାବାଳକ ଜ୍ୟୋତି ପ୍ରକାଶ ବେହେରାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ଅନୁକମ୍ପା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ଏହି ସହାୟତା ରାଶି । ତାଙ୍କ ପରିବାର ଲୋକଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ।   

ରବିବାର ଅପରାହ୍ନରେ ଭାସିଯାଇଥିଲେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ । ପାଖାପାଖି ୧୯ ଘଣ୍ଟାର ଅପରେସନ ପରେ ଆଜି ନିଖୋଜ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ଟିମ । ଗତକାଲି ଟ୍ୟୁସନ ଯାଇ ଫେରିନଥିବା ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ ଶରରୀକୁ ପଞ୍ଚଶଖା ନଗରର ଡ୍ରେନରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଅପରାହ୍ନରୁ ଡ୍ରେନ ପାଣିରେ ଭାସିଯାଇଥିଲେ ।