ସମୁଦ୍ର ପତନରୁ ୧୧,୫୬୨ ଫୁଟ ଉଚ୍ଚରେ ଖୋଲିଲା ସିନେମା ହଲ୍

ସମୁଦ୍ର ପତନରୁ ୧୧,୫୬୨ ଫୁଟ ଉଚ୍ଚରେ ଖୋଲିଲା ସିନେମା ହଲ୍

ଲଦାଖରେ ଖୋଲିଲା ବିଶ୍ୱର ସର୍ବୋଚ୍ଚ ଉଚ୍ଚତାରେ ଥିବା ଚଳଚ୍ଚିତ୍ର ପ୍ରେକ୍ଷାଳୟ। ସିନେମା ହଲଟି ସମୁଦ୍ର ପତନରୁ ୧୧,୫୬୨ ଫୁଟ ଉଚ୍ଚତାରେ ଅବସ୍ଥିତ। ଲଦାଖର ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କୁ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଦେଖିବାର ଅନୁଭୂତି ପ୍ରଦାନ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ସ୍ଥାପନ କରାଯାଇଛି। ଏହା ଏକ ଭ୍ରାମ୍ୟମାଣ ପ୍ରେକ୍ଷାଳୟ ଭାବରେ କାର୍ଯ୍ୟ କରିବ। ପିକ୍ସର ଟାଇମ ଡିଜିପ୍ଲେକ୍ସ ପକ୍ଷରୁ ଏହାକୁ ସ୍ଥାପନ କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ୱାଟରପ୍ରୁଫ ସାମଗ୍ରୀରେ ତିଆରି କରାଯାଇଛି। ଲେହର ଏନଏସଡି ପଡିଆରେ ଏହାକୁ ସ୍ଥାପନ କରାଯାଇଛି।  ଲେହର ବିଭିନ୍ନ ସ୍ଥାନରେ ଏହିଭଳି ଚାରିଟି ପ୍ରେକ୍ଷାଳୟ ସ୍ଥାପନ କରାଯିବ ବୋଲି ଜଣା ପଡ଼ିଛି । ଏହି ହଲ ଗୁଡିକରେ ବିଯୁକ୍ତ ୨୮ ଡିଗ୍ରୀ ତାପମାତ୍ରାରେ ମଧ୍ୟ ସୁଚାରୁ ରୂପେ ଚଳଚ୍ଚିତ୍ର ପ୍ରଦର୍ଶନ କରି ହେବ ।