ପେଗାସସ୍ କୁ ନେଇ ସଙ୍କଟରେ ଇସ୍ରାଏଲ

ପେଗାସସ୍ କୁ ନେଇ ସଙ୍କଟରେ ଇସ୍ରାଏଲ

ଇସ୍ରାଏଲ ଗଣମାଧ୍ୟମରେ ପ୍ରକାଶ ପାଇଥିବା​‌ ଖବର ମୁତାବକ, ଏବେ କିଛି ଲୋକଙ୍କର ଗୁପ୍ତତଥ୍ୟ ଚୋରୀ କରି ଇସ୍ରାଏଲକୁ ସଙ୍କଟରେ ପକାଇଛି ପେଗାସସ୍। କିନ୍ତୁ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଭୁଲ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟ୍। କେବଳ ଏତିକି ନୁହେଁ ଏହାକୁ ନେଇ ତଦନ୍ତ କରିବାକୁ ବି ନିର୍ଦେଶ ଦେଇଛନ୍ତି।

କୁହାଯାଉଛି କି, ଅନେକ ବିରୋଧୀ ଦଳର ନେତା, କାର୍ଯ୍ୟକର୍ତ୍ତା, ସରକାରୀ ବରିଷ୍ଠ ଅଧିକାରୀ, ବ୍ୟବସାୟୀ ଏବଂ ଅନ୍ୟମାନଙ୍କ ଫୋନ୍ ହ୍ୟାକ୍ କରିବା ପାଇଁ ପେଗାସସ୍ ବ୍ୟବହାର କରାଯାଇଥିଲା। କେବେଳ ଏତିକି ନୁହେଁ ବରଂ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କର କିଛି ପ୍ରମୁଖ ପରାମର୍ଶଦାତା ଏଥିରେ ସାମିଲ ଅଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ସେପଟେ ତାଜା ରିପୋର୍ଟ ପରେ ବେନେଟ୍ କହିଛନ୍ତି ​‌ଯେ, ଏହାକୁ ଖାମଖିଆଲି ଭାବରେ ଏଡାଇ ଦିଆଯିବ ନାହିଁ; ଏଭଳି ଏକ ରିପୋର୍ଟ ବର୍ତ୍ତମାନ ଦେଶରେ ଏକ ଗମ୍ଭୀର ସ୍ଥିତି ସୃଷ୍ଟି କରି ସାରିଲାଣି। ଯଦିବା ଏହା ସତ ସାବ୍ୟସ୍ଥ ହୁଏ , ତାହେଲେ ସାଇବର ଠକଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବେନେଟ୍। ସେ କହିଛନ୍ତି ଓ୍ବେବ ସାଇଟ ଅନଲାଇନ ସମ୍ଭନ୍ଧୀୟ କାର୍ଯ୍ୟକଳାପକୁ ନେଇ ଲୋକଙ୍କ ସୁବିଧା ପାଇଁ କରାଯାଇଛି, ଠକଙ୍କ ବ୍ୟବହାର ପାଇଁ ନୁହେଁ। ଏମିତିରେ ଏହି ଘଟଣାର ସତ୍ୟାସତ୍ୟ କେତେ ରହିଛି ତାକୁ ନେଇ ତ ତଦନ୍ତ କରାଯିବ, କିନ୍ତୁ ଏହାଦ୍ବାରା ପ୍ରଭାବିତ ହେଉଥିବା ଦେଶର ସାର୍ବଭୌମ, ଲୋକତନ୍ତ୍ର ଏବଂ ସୁରକ୍ଷା ଆଦିକୁ ନଜରରେ ରଖି ବିଶେଷ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବେନେଟ୍।

କୁହାଯାଉଛି କି ପୂର୍ବରୁ ଏଭଳି କିଛି ନଜିର ରହିଛି ଯେଉଁଥିରେ, କିଛି ପ୍ରମୁକ ରାଜନୀତିଜ୍ଞ ସେମାନଙ୍କ କୁଟନୈତିକ ବୁଦ୍ଧିରେ ପେଗାସସକୁ ବ୍ୟବହାର କରି ଅନେକ ଲୋକଙ୍କ ତଥ୍ୟ ହାସଲ କରିବାକୁ ଲାଗିଥିଲେ, କିନ୍ତୁ ଏଥିରେ କୌଣସି ବି ସୁଫଳ ମିଳିନଥିଲା। ତେଣୁ ଇସ୍ରାଏଲରେ ଯଦି ପେଗାସନର ଛାଇ ପଡ଼ିଥାଏ, ତାହେଲେ ଏହା ପଛରେ କିଛି ବିରୋଧୀଙ୍କ ହାତ ଥାଇପାରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବେନେଟ୍। ତେବେ ସାମ୍ପ୍ରତିକ ସ୍ଥିତିକୁ ନଜରରେ ରଖି ଇସ୍ରାଏଲ ସବୁ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ବୋଲି କହିଛି।