ଜଳଦ କୁମାର ତ୍ରିପାଠୀ ହେଲେ ସୂଚନା କମିଶନର

ଜଳଦ କୁମାର ତ୍ରିପାଠୀ ହେଲେ ସୂଚନା କମିଶନର
odishabytes

ତାମିଲନାଡ଼ୁ ପୂର୍ବତନ ପୁଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର। ତାଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌। ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ ଅବସର ପରେ ଖାଲିଥିଲା ସେହି ପଦବୀ।

ରାଜ୍ୟ ମୁଖ୍ୟ ସୂଚନା କମିଶନର ପଦବୀ ପାଇଁ ରାଜ୍ୟ ସରକାର ୩ ଜଣ ବରିଷ୍ଠ ଅଧିକାରୀଙ୍କ ନାଁକୁ ସର୍ଟଲିଷ୍ଟ କରିଥିଲେ। ତାମିଲନାଡୁର ପୂର୍ବତନ ପୁଲିସ ଡିଜି ଜଳଦ କୁମାର ତ୍ରିପାଠୀ, ରାଜ୍ୟର ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଓ ଆଇପିଏସ୍ ଏମ.ଅକ୍ଷୟଙ୍କ ନାଁକୁ ସର୍ଟଲିଷ୍ଟ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଜଳଦ କୁମାର ତ୍ରିପାଠୀଙ୍କ ନାଁରେ ମୋହର ବାଜିଥିଲା। ପୂର୍ବରୁ ସେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଦୌଡ଼ରେ ରହିଥିଲେ।