କାବୁଲ ବିସ୍ଫୋରଣରେ ୧୩ ସହିଦଙ୍କୁ ସମ୍ମାନ, ୪ଦିନ ଅର୍ଦ୍ଧନିମିତ ରହିବ ଆମେରିକୀୟ ପତାକା

କାବୁଲ ବିସ୍ଫୋରଣରେ ୧୩ ସହିଦଙ୍କୁ ସମ୍ମାନ, ୪ଦିନ ଅର୍ଦ୍ଧନିମିତ ରହିବ ଆମେରିକୀୟ ପତାକା
କାବୁଲ ବିସ୍ଫୋରଣରେ ୧୩ ସହିଦଙ୍କୁ ସମ୍ମାନ, ୪ଦିନ ଅର୍ଦ୍ଧନିମିତ ରହିବ ଆମେରିକୀୟ ପତାକା

ଆମେରିକା ୨୭/୦୮: କାବୁଲରେ ହୋଇଥିବା ବିସ୍ଫୋରଣରେ ୧୩ ଆମେରିକୀୟ ସୈନିକ ସହିଦ ହୋଇଛନ୍ତି । ଏମାନଙ୍କ ମୃତ୍ୟୁ ପରେ ଆଫଗାନିସ୍ତାନରେ ଆମେରିକା ପୁଣି ସକ୍ରିୟ ଥିବା ଜଣାପଡିଛି । ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିଛନ୍ତି ଯେ ଆମେ ଆପଣଙ୍କୁ କ୍ଷମା କରିବୁ ନାହିଁ, ଆମେ ଆପଣଙ୍କୁ ପାଇବୁ ଏବଂ ଦଣ୍ଡ ଦେବୁ । ସେ ଏହା ମଧ୍ୟ କହିଛନ୍ତି ଯେ ଆମର ମିଶନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

 

ଏହି ସମୟରେ, ସହିଦଙ୍କୁ ସମ୍ମାନ ଜଣାଇ ଆମେରିକାର ଜାତୀୟ ପତାକା ଅର୍ଦ୍ଧନିମିତ ହୋଇ ରହବି । ହ୍ୱାଇଟ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜାତୀୟ ପତାକା ଅଗଷ୍ଟ ୩୦ ସନ୍ଧ୍ୟା ପର୍ଯ୍ୟନ୍ତ ଅଧା ନଇଁ ରହିବ । ସୂଚନାଯୋଗ୍ୟ, କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଥିବାବେଳେ ଏଥିରେ ୧୮ ରୁ ଅଧିକ ସୈନିକ ଆହତ ହୋଇଛନ୍ତି।