ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣାରେ କାର୍ତ୍ତିକ ପୂର୍ଣ୍ଣିମା ନୀତି, ପୀଠରେ ୧୪୪ ଧାରା ଜାରି

ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣାରେ କାର୍ତ୍ତିକ ପୂର୍ଣ୍ଣିମା ନୀତି, ପୀଠରେ ୧୪୪ ଧାରା ଜାରି
ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣାରେ କାର୍ତ୍ତିକ ପୂର୍ଣ୍ଣିମା ନୀତି, ପୀଠରେ ୧୪୪ ଧାରା ଜାରି

ଚାନ୍ଦବାଲି ୧୯/୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ । ହେଲେ କୋଭଡ_19 ଭୟାବୟତାକୁ ନେଇ ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ୮ଟା ଯାଏଁ ପୀଠରେ ୧୪୪ ଧାରା ଜାରି କରାଯିବା ସହ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଇଛି ପ୍ରଶାସନ । ଏଥିପାଇଁ ସ୍ବତନ୍ତ୍ର କଟକଣା ଜାରି କରିଛି ପ୍ରଶାସନ ।

​​​​​​ଅନ୍ୟପଟେ ମଣିବାବାଙ୍କର ସମସ୍ତ ପଞ୍ଚୁକ ନୀତି ସହ ହେବାକୁ ଥିବା ଦୁର୍ଲଭ ହରଗୌରୀବେଶ କୋଭିଡ ନିୟମ ଅନୁଯାୟୀ ସମ୍ପନ୍ନ କରିବା ପାଇଁ ସେବାୟତଙ୍କୁ ପରାମର୍ଶ ଦେଇଛି ପ୍ରଶାସନ । ଭୋର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ସରିବା ପରେ ମଧ୍ୟାହ୍ନରେ ବାବାଙ୍କୁ ପଞ୍ଚାନନ ବେଶ ଓ ଅପରାହ୍ଣ ୪ଟାରେ ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ କରାଯିବ ।

ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ପୀଠରେ ଥିବା ମୁଆଁ, ତିନିତର, ଧାନଖଣିଆ ଘାଟରେ ଡଙ୍ଗା ଚଳାଚଳ ବନ୍ଦ କରିଛି ପ୍ରଶାସନ । ସେହିପରି ଭକ୍ତଙ୍କ ଡଙ୍ଗା ଭସାଇବା ଉପରେ କଟକଣା ଜାରି କରାଯିବା ସହ ଶିବଗଙ୍ଗା ପୁଷ୍କରିଣୀ, ବୈତରଣୀ ନଦୀଘାଟ, ଶାସ୍ତ୍ରୀଘାଟରେ କଟକଣା ଜାରି କରାଯାଇଛି । ପୀଠରେ ୨ଦିନ କଟକଣା ପରେ ଆସନ୍ତା ରବିବାର ସକାଳ ୬ଟାରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ବାବାଙ୍କ ମନ୍ଦିର।