ମାଞ୍ଜା ସୂତା ଲାଗି ୩ ଯୁବକ ଆହତ

ମାଞ୍ଜା ସୂତା ଲାଗି ୩ ଯୁବକ ଆହତ

ରାଜ୍ୟରେ ପୁଣି ଅଘଟଣ ଘଟେଇଲା ମାଞ୍ଜା ସୂତା। ମାଞ୍ଜା ସୂତା ଲାଗି ୩ ଯୁବକଙ୍କ କଟିଲା ବେକ । ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ସମୟରେ ଡୁମୁଡୁମା ପାଲା ମଣ୍ଡପରେ ଘଟିଛି ଏହି ଅଘଟଣ । ମାଞ୍ଜା ସୂତା ଲାଗି ୩ଜଣ ଆହତ ହୋଇଛନ୍ତି । ଦୁଇ ଜଣଙ୍କ ହାତ ଓ ବେକ କଟିଥିବା ବେଳେ ଅନ୍ୟଜଣଙ୍କ ବେକରେ ଆଘାତ ଲାଗିଛି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ଗୁଡିର ପ୍ଲାଷ୍ଟିକ ମାଞ୍ଜା ସୂତା ଲୋକଙ୍କ ବେକରେ ଲାଗିଯାଇଥିଲା । ଯାହାଫଳରେ ଏପରି ଅଘଟଣ ଘଟୁଛି । କିଛି ଦିନ ତଳେ ପ୍ଲାଷ୍ଟିକ ମାଞ୍ଜା ସୂତା କାରଣରୁ କଟକର ଜଣେ ଯୁବକଙ୍କ ଜୀବନ ଯାଇଥିଲା। ସେହି ଭଳି ପୁରୀର ଜଣେ ଆହତ ହୋଇଥିଲେ।