ରାଜଧାନୀରେ ମାତିଲେ ଲୁଟେରା ; ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍

ରାଜଧାନୀରେ ମାତିଲେ ଲୁଟେରା ;  ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍

ରାଜଧାନୀରେ ମାତିଲେ ଲୁଟେରା । ଖଣ୍ଡାରେ ହାଣିଲେ । ଲୁଟିନେଲେ ସୁନା ଚେନ୍ । ଶୈଳଶ୍ରୀ ବିହାରର ଜଣେ ଇଂଜନିୟରଙ୍କୁ ୨ ଲୁଟେରା ମରାଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି ।

ସତ୍ୟ ନାରାୟଣ ମିଶ୍ର ତାଙ୍କ ଘର ସାମ୍ନାରେ ଫୁଲ ତୋଳୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ସୁନା ଚେନ୍ ଛଡାଇବାକୁ ଉଦ୍ୟମ କରିଥିଲେ । ସତ୍ୟ ନାରାୟଣ ପ୍ରତିରୋଧ କରିବାରୁ ଦୁର୍ବୁତ୍ତମାନେ ତାଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ନିଜକୁ ବଞ୍ଚାଇବାକୁ ଯାଇ ସତ୍ୟନାରାୟଣ ଖଣ୍ଡା ଛଡାଇବାକୁ ଉଦ୍ୟମ କରିଥିଲେ।

ତେବେ ଲୁଟେରାମାନେ ଚେନ୍ ଛଡାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଚନ୍ଦ୍ରଶେଖପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ସତ୍ୟ ନାରାୟଣ ଛଡାଇ ଆଣିଥିବା ଖଣ୍ଡାକୁ ପୋଲିସକୁ କରିଛି । ଲୁଟେରାଙ୍କ ଆକ୍ରମଣରେ ଇଞ୍ଜିନିୟରଙ୍କ ଦୁଇ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି।