ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ

ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ

ଖଣ୍ଡପଡା ୧୬।୯: ଲଗାଣ ବର୍ଷା ଯୋଗୁଁ ନଦୀ ନାଳଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ଖଣ୍ଡପଡା ଅଞ୍ଚଳରେ ସବୁ ଛୋଟ ବଡ ଜଳାଶୟଗୁଡିକର ପାଣି ବଢିଥିବା ଦେଖାଦେଇଛି । ତେବେ ମଙ୍ଗଳବାର ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସି ନିଖୋଜ ହୋଇ ଯାଇଛନ୍ତି ବୃଦ୍ଧ । ତାଙ୍କ ବୟସ ୬୦ ବର୍ଷ । ଏଭଳି ଅଭାବନୀୟ ଘଟଣା ଘଟିଛି ଖଣ୍ଡପଡା ମର୍ଦରାଜପୁର ଗାଁର ରଥିଆ ନାଳଠାରେ ।

 

ମର୍ଦରାଜପୁର ଗାଁର ଦୁଃଶାସନ ଦାସ ରଥିଆ ନାଳକୁ ମାଛ ଧରିବାକୁ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇ ଯାଇଥିଲେ । ଘର ଲୋକେ ବହୁ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ । ତେବେ ତାଙ୍କର ଟର୍ଚ୍ଚ ଓ ଚପଲ ରଥିଆ ନାଳ ନିକଟରେ ଥିବା ଦେଖି ପାଣିରେ ଭାସିଯାଇଥିବା ସନ୍ଦେହ କରାଯାଉଛି ।

 

ଦୁଃଶାସନଙ୍କ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ଦୁଃଶାସନଙ୍କ ପତ୍ତା ମିଳି ନଥିଲା ।