ଆରପାରିରେ ମାଲାୟାଲମ୍ ଅଭିନେତା ରିଜାବାୱ

ଆରପାରିରେ ମାଲାୟାଲମ୍ ଅଭିନେତା ରିଜାବାୱ

ସୋମବାର ଅପରାହ୍ନରେ ଲୋକପ୍ରିୟ ମାଲାୟାଲମ୍ ଅଭିନେତା ରିଜାବାୱଙ୍କର ଦେହାନ୍ତ ହୋଇଛି। ସେ ୫୫ ବର୍ଷ ବୟସରେ କୋଚିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଛି ଦିନ ଧରି ସେ ଅସୁସ୍ଥ ରହିଥିବା ବେଳେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ପରେ ଦକ୍ଷିଣଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସେଲିବ୍ରେଟ୍ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକ ପ୍ରକାଶ କରିଛନ୍ତି। ଅଭିନେତା ପୃଥ୍ୱୀରାଜ ସୁକୁମାରନ, ସୁରେଶ ଗୋପୀଙ୍କ ସମେତ ଅନେକ ସେଲିବ୍ରିଟି ରିଜାବାୱଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ଶୋକ ବ୍ୟକ୍ତ କରିଛନ୍ତି। ରିଜାବୱ ପ୍ରାୟ ତିନି ଦଶନ୍ଧି ଧରି ଅଭିନୟ କରି ଲୋକଙ୍କ ମନୋରଞ୍ଜନ କରୁଥିଲେ। ସେ ୧୨୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।