ସ୍ତ୍ରୀର ଗଳାକାଟି ସ୍ୱାମୀ କଲା ଆତ୍ମହତ୍ୟା

ସ୍ତ୍ରୀର ଗଳାକାଟି ସ୍ୱାମୀ କଲା ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀର ଗଳାକାଟି ସ୍ୱାମୀ କଲା ଆତ୍ମହତ୍ୟା। ପିପିଲି ତେଇଶପୁର ପଞ୍ଚାୟତ ନିର୍ମଳା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରିବାରିକ କଳହରୁ ସ୍ୱାମୀ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବ୍ରଜ କିଶୋର ସାହୁ । ତାଙ୍କ ସ୍ତ୍ରୀ ହେଉଛନ୍ତି ସାବିତ୍ରି ସାହୁ । ତେବେ ସାବିତ୍ରୀ ସାହଙ୍କୁୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ , ଗତକାଲି ରାତିରେ କୌଣସି ଏକ କଥାକୁ ନେଇ ଉଭୟ ବ୍ରଜ କିଶୋର ଓ ସାବିତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗି ଯାଇ ସ୍ୱାମୀ ବ୍ରଜ କିଶୋର ଏକ ଧାରୁଆ ଅସ୍ତ୍ରରେ ସାବିତ୍ରୀଙ୍କ ବେକକୁ କାଟି ଦେଇଥିଲେ । ପରେ ସେ ଗଳାରେ ଦଉଡି ଲଗେଇ ଆତ୍ମହତ୍ୟା କରିଥିବାର ଜଣା ପଡିଛି। ସାବିତ୍ରୀଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ସେପଟେ ପୋଲିସ ଘଟଣାର ଛାନଭିନ ଜାରି ରଖିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।