ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲା: ଖାରଜ ହେଲା ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ

ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲା: ଖାରଜ ହେଲା ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ

କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି ଭଦ୍ରକ ଜିଲ୍ଲା ଜଜ୍।ସୂଚନା ଅନୁଯାୟୀ, କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ନିରଞ୍ଜନ ସେଠୀ ଅନ୍ୟତମ ଅଭିଯୁକ୍ତ । ତେବେ ଅଭିଯୁକ୍ତ ନିରଞ୍ଜନ ସେଠୀ ଭଦ୍ରକ ଜିଲ୍ଲା ଜଜଙ୍କ ନିକଟରେ ଜାମିନ ଆବେଦନ କରିଥିଲେ । କିନ୍ତୁ ତାକୁ ଆଜି ଖାରଜ କରିଦେଇଛନ୍ତି କୋର୍ଟ। ସେହିପରି କ୍ରାଇମବ୍ରାଞ୍ଚ ସିଡି ଦାଖଲ କରିନଥିବାରୁ ପରମେଶ୍ୱର , ଭାଗ୍ୟବାନ ସାହୁ , ବିବେକ ଓ କୃଷ୍ଣଚନ୍ଦ୍ରଙ୍କର ଜାମିନ ଦରଖାସ୍ତର ଶୁଣାଣି ତାରିଖ ଘୁଞ୍ଚିଯାଇଛି। ପରବର୍ତ୍ତି ଶୁଣାଣି ନେଇ ବିଶେଷ ସୂଚନା ମିଳିନାହିଁ ।