ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହ

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହ। ରବିବାର ମାଣିକ ଶାହାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରମେଶ ବୈଶ ।
ଗତକାଲି ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ହଠାତ୍ ଇସ୍ତଫା ଦେଇଥିଲେ । ଏହା ପରେ ମାଣିକ ଶାହଙ୍କୁ ବିଧାୟକ ଦଳ ନତା ନିର୍ବାଚିତ କରାଯାଇଥଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୁପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ଧିବଦ୍ଧ ଭାବେ ମାଣିକ ଶାହାଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ସୁପାରିଶ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ୨୦୧୬ରେ କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହୋଇଥିଲା ମାଣିକ ଶାହ । ୨୦୨୦ରେ ସେ ତ୍ରିପୁରା ବିଜେପି ଅଧ୍ୟକ୍ଷ ହେବା ସହ ରାଜ୍ୟସଭା ଯାଇଥିଲେ । ଶାହ ମୁଖ୍ୟମନ୍ତ୍ରୀ ହେବା ପରେ ଦଳୀୟ କମିଟିରେ ମଧ୍ୟ ନୂଆଁ ମୁହଁଙ୍କୁ ସାମିଲ କରାଯାଇଛି । ଦଳରେ ୭ ଜଣ ଉପ-ସଭାପତି ଏବଂ ୩ ଜଣ ସାଧାରଣ ସମ୍ପାଦକ ରହିବେ ବୋଲି ଜଣାପଡିଛି । ଏହା ସହିତ ୬ ଜଣ ସମ୍ପାଦକ ଏବଂ ୭ ଜଣ ମୁଖପାତ୍ର ମଧ୍ୟ ରହିବା ନେଇ ବିଜେପି ଯୋଜନା କରୁଛି ।
Comments (0)