ମନୀଷ ଦାସ ମୃତ୍ୟୁ ମାମଲା:ଡାଏଟମ ଟେଷ୍ଟ ପକ୍ରିୟା ଆରମ୍ଭ କଲା କମିସନରେଟ ପୋଲିସ

ମନୀଷ ଦାସ ମୃତ୍ୟୁ ମାମଲା:ଡାଏଟମ ଟେଷ୍ଟ ପକ୍ରିୟା ଆରମ୍ଭ କଲା କମିସନରେଟ ପୋଲିସ

ଭୁବନେଶ୍ୱର ପାତ୍ରପଡା ପୋଖରୀରୁ ମନୀଷ ଦାସଙ୍କ ମୃତଦେହ ଉଦ୍ଧାର ମାମଲାର ଅଧିକ ତଦନ୍ତ ପାଇଁ ଡାଏଟମ ଟେଷ୍ଟ ପକ୍ରିୟା ଆରମ୍ଭ କଲା କମିସନରେଟ ପୋଲିସ । ଟେଷ୍ଟ ପାଇଁ ପୋଖରୀ ପାଣିର ସାମ୍ପୁଲ ସଂଗ୍ରହ କରି ପଠାଇଛି ପୋଲିସ । ପୋଖରୀ ଓ ମୃତଦେହ ଭିତରୁ ମିଳିଥିବା ପାଣିକୁ ଫରେନସିକ ଲାଵକୁ ପଠାଯିବ । ପୋଖରୀ ପାଣିରେ ମନୀଷଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ ସ୍ଥାନରେ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଛି ତାହା ଏଥିରୁ ଜଣାପଡିବ। ସେପଟେ ଭିସେରା ଟେଷ୍ଟ ପାଇଁ ନମୁନା ପଠାଇଛି ପୋଲିସ । ଗତକାଲି ପାତ୍ରପଡାର ନମକାନି ପଖୋରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡପୁଅ ମନୀଷ ଦାସଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ମନୀଷଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏବେବି ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ମନୀଷଙ୍କ ସାଙ୍ଗରେ ଯାଇଥିବା ୨ଜଣ ଯୁବକଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପ୍ରକୃତ କାରଣ କଣ ଜଣାପଡିବ ।