ମନୀଷ ଦାସ ମୃତ୍ୟୁ ମାମଲା: ବିଲ୍ ପାଇଁ ଲାଗିଥିଲା ବିବାଦ

ମନୀଷ ଦାସ ମୃତ୍ୟୁ ମାମଲା: ବିଲ୍ ପାଇଁ ଲାଗିଥିଲା ବିବାଦ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗ ଦାସଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ତଥ୍ୟ । ଘଟଣା ପରେ ଲିଟୁ ଓ ମୁନ୍ନା କେଉଁଠି ଓ କେତେବେଳେ ରହିଥିଲେ ତାର ପ୍ରମାଣ ଲାଗିଛି ପୋଲିସ ହାତରେ । ହୋଟେଲ ସାଉଥ୍ ସିଟିରୁ ବାହାରି ୨ ସନ୍ଦିଗ୍ଧ ୟୁନିଟ୍ ୪ ହୋଟେଲ ସ୍ବାଗତ ପ୍ୟାଲେସକୁ ଯାଇଥିଲେ । ଭୋଟ ୫ଟା ୩୦ ମିନିଟରେ ଲିଟୁ ଓ ମୁନ୍ନା ହୋଟଲରେ ଆସି ପହଞ୍ଚିଥିଲେ । ୪ଟା ୧୨ରେ ମନୀଷଙ୍କ ଫୋନରେ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ ମୁନ୍ନା । କଥା ହେବା ପରେ କାର୍ ଯୋଗେ ହିମାଂଶୁ, ଲିଟୁ ଓ ମୁନ୍ନାଙ୍କୁ ହୋଟେଲରେ ପହଞ୍ଚାଇଥିଲେ । ସକାଳ ୫ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ଯାଏଁ ଉଭୟ ସେହି ହୋଟେଲରେ ରହିଥିଲେ । ଅନ୍ୟ ପକ୍ଷରେ ବିଲକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସାଉଥ୍ ସିଟି ବାରରେ ୩୫ ହଜାର ଟଙ୍କାର ବିଲ୍ ହୋଇଥିଲା।ଟଙ୍କା କିଏ ଦେବ ତାକୁ ନେଇ ସେମାନଙ୍କ ଭିତରେ ବିବାଦ ହୋଇଥିଲା । ଏହି କଥାକୁ ନେଇ ମନୀଷ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି। ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ। ମନୀଷ ଘରୁ ଟଙ୍କା ମାଗି ବିଲ୍ ଦେଇଥିବା ସୂଚନା । ତାଙ୍କ ମା' ଦୁଇ ଥରରେ ୮୦୦୦ ଟଙ୍କା ଦେଇଥିବା ଆଗରୁ କହିଛନ୍ତି ମଧ୍ୟ।ତେବେ ବର କର୍ମଚାରି ମୋବାଇଲ ବନ୍ଧକ ରଖିବା ମନୀଷଙ୍କୁ ବାଧିଥିଲା।ଟଙ୍କା ଦେବା ପରେ ମନୀଷ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ ବୋଲି କୁହାଯାଉଛି।