ମନୀଷ ଦାସ ମୃତ୍ୟୁ ମାମଲା: ପୋଖରୀ କୂଳରେ ଝଗଡ଼ା ହୋଇଥିବା କଥା ମାନିଲେ ୪ ସାଙ୍ଗ

ମନୀଷ ଦାସ ମୃତ୍ୟୁ ମାମଲା: ପୋଖରୀ କୂଳରେ ଝଗଡ଼ା ହୋଇଥିବା କଥା ମାନିଲେ ୪ ସାଙ୍ଗ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ ମୃତ୍ୟୁ ମାମଲାରେ ଆଉ ଏକ ସତ୍ୟ ପଦାକୁ ଆସିଛି। କମିଶନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ଵାଡ ମନୀଷଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରୁଥିବା ବେଳେ ପଦାକୁ ଆସୁଛି ନୂଆ ନୂଆ ତଥ୍ୟ । ତଦନ୍ତ ବେଳେ ସାଙ୍ଗମାନଙ୍କ ବୟାନରେ ରହୁନି ତାଳମେଳ । ପୋଖରୀ କୂଳରେ ମନୀଷଙ୍କ ସହ ଝଗଡ଼ା ହୋଇଥିବା କଥା ମାନିଲେ ୪ ସାଙ୍ଗ। ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ । ହୋଟେଲ ରୁମରୁ ଆରମ୍ଭ କରି ମୃତଦେହ ମିଳିଥିବା ପୋଖରୀ ପର୍ଯ୍ୟନ୍ତ ପାତ୍ରପଡ଼ା ଅଞ୍ଚଳର ସମସ୍ତ ସିସିଟିଭି ଫୁଟେଜକୁ ତନ୍ନ ତନ୍ନ ଯାଞ୍ଚ କରୁଛି ପୋଲିସ। ଏପର୍ଯ୍ୟନ୍ତ ମିଳିଥିବା ସମସ୍ତ ତଥ୍ୟ ହତ୍ୟା ସନ୍ଦେହ ବଢ଼େଇବାରେ ଲାଗିଛି ।ଆଜି ଏମସ୍‌ ପକ୍ଷରୁ ମନୀଷଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହସ୍ତାନର କରାଯିବ । ଗତ ୧୦ତାରିଖରେ ଭୁବନେଶ୍ୱରର ପାତ୍ରପଡ଼ା ନମକାଣି ପୋଖରୀରୁ ମନୀଷ ଅନୁରାଗଙ୍କ ମୃତଦେହ ମିଳିଥିଲା। ସ୍ପେଶାଲ ସ୍କ୍ଵାଡ, ତମାଣ୍ଡୋ ଥାନା ଓ ଇନଫୋସିଟି ଥାନାକୁ ନେଇ ଟିମ୍‌ ଗଠିତ ହୋଇଛି। ଏହି ଟିମ୍‌ ମନିଷ ମୃତ୍ୟୁର ରହସ୍ୟ ଖୋଜୁଛନ୍ତି। ମନୀଷଙ୍କ ସାଙ୍ଗମାନଙ୍କୁ ପଚରାଉଚରା ଚଳାଇଛି ପୋଲିସ।