ଗୃହବନ୍ଦୀ ଅଛନ୍ତି ମେହବୁବା ମୁଫତି!

ଗୃହବନ୍ଦୀ ଅଛନ୍ତି ମେହବୁବା ମୁଫତି!

ଜମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇଛି। ଏନେଇ ଆଜି ନିଜେ ମୁଫତି ସୂଚନା ଦେଇଛନ୍ତି। ମେହବୁବା ଟ୍ୱିଟ୍‍ କରି କହିଛନ୍ତି ଯେ ଶ୍ରୀନଗରରେ ତାଙ୍କୁ ଗୃହବନ୍ଦୀ କରାଯାଇଛି। ଏହା ମଧ୍ୟ କହିଛନ୍ତି ଯେ ସରକାର ଆଫଗାନ ନାଗରିକଙ୍କ ଅଧିକାରକୁ ନେଇ ଅନେକ ଚିନ୍ତିତ ଅଛନ୍ତି, କିନ୍ତୁ କାଶ୍ମୀରୀମାନଙ୍କ ଅଧିକାର ସେମାନଙ୍କୁ ଦେଉନାହାନ୍ତି। ଏକ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମୁଫତି ଏକ ବେସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା, କିନ୍ତୁ ପ୍ରଶାସନ ସେଠାକୁ ଯିବା ପୂର୍ବରୁ ତାଙ୍କୁ ଅଟକାଇ ଦେଇଛି। ତେବେ ମେହବୁବାଙ୍କ ଗୃହବନ୍ଦୀ ସମ୍ପର୍କରେ ସରକାରୀ ସ୍ତରରେ କିଛି କୁହାଯାଇନାହିଁ।