Saturday, April 27, 2024
29.6 C
Odisha

    ସମୂଦ୍ର ଭିତରେ ନ୍ୟୁକ୍ଲିୟର ଡ୍ରୋନର ପରୀକ୍ଷଣ କଲା ଉତ୍ତର କୋରିଆ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତର କୋରିଆ ପୁନର୍ବାର ପାଣି ଭିତରେ ନ୍ୟୁକ୍ଲିୟର ଡ୍ରୋନ ଟେଷ୍ଟର ପରୀକ୍ଷଣ କରିଛି । ସେଠାକାର ସରକାରୀ ମିଡିଆ କେସିଏନଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଡ୍ରୋନର ନାମ ହାଇଲ ୫-୨୩ ଦିଆଯାଇଛି । କୋରିଆ ଭାଷାରେ ଏହାର ଅର୍ଥ ସୁନାମୀ । ଏହି ଡ୍ରୋନକୁ ସମୂଦ୍ର ମଧ୍ୟରେ ସମ୍ପୂର୍ଣ୍ଣ ଗୁପ୍ତ ଶୈଳୀରେ ଶତ୍ରୁ ଉପରେ ଆକ୍ରମଣ କରାଯାଇ ପାରିବ। ନିକଟରେ ଜାପାନ ଓ ଦକ୍ଷିଣ କୋରିଆ ମିଳିତ ଭାବେ ନୌ-ସମରାଭ୍ୟାସ କରିଥିଲେ । ଏହାର ଜବାବରେ ଉତ୍ତର କୋରିଆ ଏହି ପରୀକ୍ଷଣ କରିଥିବା ଅନୁମାନ କରାଯାଉଛି । ଗତ ବର୍ଷ ଏପ୍ରିଲ ୭ରେ ହାଇଲ-୨ର ପରୀକ୍ଷଣ କରାଯାଇଥିଲା । ବିଭିନ୍ନ ଦେଶର କଟକଣା ସତ୍ୱେ ଉତର କୋରିଆ ତାର ପରୀକ୍ଷଣ ରୋକୁ ନାହିଁ । ଯାହାକି ଅନ୍ୟ ଦେଶ ପ୍ରତି ବିପଦ ସୃଷ୍ଟି କରୁଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.6 ° C
    29.6 °
    29.6 °
    46 %
    2kmh
    16 %
    Fri
    30 °
    Sat
    43 °
    Sun
    43 °
    Mon
    44 °
    Tue
    45 °

    ସମ୍ବନ୍ଧିତ