ଓଡ଼ିଶା ଛାଡିଲା ମୌସୁମୀ

ଓଡ଼ିଶା ଛାଡିଲା ମୌସୁମୀ

ଓଡ଼ିଶା ଛାଡିଲା ମୌସୁମୀ । ଓଡ଼ିଶା ସହ ପୁରା ଦେଶରୁ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦୁଇଦିନ ପୂର୍ବରୁ ଅଧା ରାଜ୍ୟରୁ ବିଦାୟ ନେଇଥିଲା ମନସୁନ୍‌ । ମୌସୁମୀର ଫେରିଯିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସମଗ୍ର ଓଡ଼ିଶାରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦୁଇ ଦିନ ପୂର୍ବେ ୮ ଜିଲ୍ଲାରୁ ସଂପୂର୍ଣ୍ଣ ଓ ୮ ଜିଲ୍ଲାରୁ ଆଂଶିକ ଯାଇଥିଲା । ଓଡ଼ିଶା ସହ ସାରା ଦେଶରୁ ମଧ୍ୟ ମୌସୁମୀ ବିଦାୟ ନେଇଥିବା ସୂଚନା ଦିଆଯାଇଛି । ସମଗ୍ର ଓଡିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି ,ଏନେଇ ବୁଧବାର ସ୍ପଷ୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ଜୁନ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମୋଟ ୧୧୫୫ ମିମି ବର୍ଷା ରେକର୍ଡ କରାଯାଇଛି ।

ଝାରସୁଗୁଡା, ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି 5 ଜିଲ୍ଲାରେ ବର୍ଷା କମ ହୋଇଥିବାବେଳେ ଅବଶିଷ୍ଟ ୨୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।