ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ୧୭୯ ରନ ଟାର୍ଗେଟ୍ ଦେଲା ରାଜସ୍ଥାନ ରୟାଲ୍ସ

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ୧୭୯ ରନ ଟାର୍ଗେଟ୍ ଦେଲା ରାଜସ୍ଥାନ ରୟାଲ୍ସ
ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ୧୭୯ ରନ ଟାର୍ଗେଟ୍ ଦେଲା ରାଜସ୍ଥାନ ରୟାଲ୍ସ

ମୁମ୍ବାଇ: ବ୍ୟାଟସମ୍ୟାନଙ୍କ ସାମୂହିକ ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍ସ ଆଇପିଏଲର ୬୩ତମ ମୁକାବିଲାରେ ୬ ଓ୍ଵିକେଟ୍ ହରାଇ ୧୭୮ ରନ କରିଛି। ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସମ୍ମୁଖରେ ରହିଛି ୧୭୯ ରନର ବିଜୟ ଲକ୍ଷ୍ୟ। ଦଳ ପକ୍ଷରୁ ଯଶସ୍ଵୀ ଜୟସଓ୍ଵାଲ ସର୍ବାଧିକ  ୪୧ ରନ କରିଛନ୍ତି। ଦେବଦତ୍ତ ପାଡିକଲ ୧୮ ବଲରୁ ଦ୍ରୁତ ୩୮ ରନ କରିଥିବା ବେଳେ ସଞ୍ଜୁ ସାମସନ ୩୨, ରିୟାନ ପରାଗ ୧୭ ରନ କରିଛନ୍ତି। ଟ୍ରେଣ୍ଡ ବୋଲ୍ଟ ଅପରାଜିତ ୧୭ ଏବଂ ଅଶ୍ଵିନ ଅପରାଜିତ ୧୦ ରନ କରିଛନ୍ତି। ଲକ୍ଷ୍ନୌ ତରଫରୁ ରବି ବିଷ୍ଣୋଇ ୩୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଅଭେଶ ଖାନ, ଜାସନ ହୋଲଡର ଏବଂ ଆୟୁଷ ବଦୋନୀ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚର ବିଜୟୀ ଦଳ ଶୀର୍ଷ ୨ରେ ନିଜ ସ୍ଥାନ ମଜବୁତ କରି ପାରନ୍ତି।