ରାୟଗଡାରେ ପୁଣି ଲାଗିଲା ମାଓ ପୋଷ୍ଟର

ରାୟଗଡାରେ ପୁଣି ଲାଗିଲା ମାଓ ପୋଷ୍ଟର

ରାଜ୍ୟରେ ପୁଣି ସକ୍ରିୟ ହେଲେଣି ମାଓବାଦୀ। ସରକାରଙ୍କ କାର୍ଯ୍ୟକୁ ବିରୋଧ କରି ପୋଷ୍ଟର ମଧ୍ୟ ଜାରୀ କରିଛନ୍ତି । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଓ ଥୁଆପାଡି ରାସ୍ତାରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ଏହି ପୋଷ୍ଟର ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳି ଡିଭିଜିଲାନ କମିଟି ପକ୍ଷରୁ ଲଗାଯାଇଛି ବୋଲି ସୂଚନା ମିଳିଛି। ପୁର୍ବରୁ ସେହି ଅଚଂଳରେ ରାସ୍ତା କାର୍ଯ୍ୟକୁ ବିରୋଧ କରି ମାଓବାଦୀ ମାନେ ଜେସିବି, ଟ୍ରାକ୍ଟର , ହିଟାଚି ପୋଡି ଦେଇଥିଲେ। କେବଳ ଏତିକି ନୁହେଁ ମାଓବାଦୀଙ୍କ ପକ୍ଷରୁ ଜଗଦଲପୁର ନିକଟରେ ନୁତନ ଭାବେ ସିଆରପିଏଫ୍ କ୍ୟାମ୍ପକୁ ମଧ୍ୟ ବିରୋଧ କରାଯାଇଛି ।