ସରକାରଙ୍କ ନୂଆ ନିୟମ; ଏହି ଉପାୟରେ ଗାଡି ଚାଳକ ଦେଖିପାରିବେ ନିଜର ଡକ୍ୟୁମେଣ୍ଟ

ସରକାରଙ୍କ ନୂଆ ନିୟମ; ଏହି ଉପାୟରେ ଗାଡି ଚାଳକ ଦେଖିପାରିବେ ନିଜର ଡକ୍ୟୁମେଣ୍ଟ
kalingatv

ଗାଡିଚାଳଙ୍କ ପାଇଁ ରହିଛି ଏକ ବଡ ଓ ଖୁସି ଖବର । ଆପଣ ଗାଡି ଚଲାଉଥିବା ସମୟରେ, ଚେକିଙ୍ଗ ବେଳେ ଆଉ ଅସୁବିଧାର ସାମ୍ନା କରିବେ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଆର.ସି ବା ରେଜିଷ୍ଟ୍ରେସନ ସାର୍ଟିଫିକେଟକୁ ନେଇ ସରକାର ଆଣିଲେ ନୂଆ ନିୟମ । ସବୁବେଳେ ସଡକ ପରିବହନ ନିୟମକୁ ନେଇ କିଛି ନା କିଛି , ପରିବର୍ତ୍ତନ ହେଉଛି । ତେଣୁ ଆଜି ମଧ୍ୟ ଏଭଳି ଏକ ବଡ ପରିବର୍ତ୍ତନ ସରକାର ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ଆପଣଙ୍କୁ ଡାଇଭିଙ୍ଗ ଲାଇସେନ୍ସ ଓ ଆରସି , ଗାଡି ଚଳାଇବା ସମୟରେ ଆଉ ନିଜ ସାଥିରେ ନେବା ପାଇଁ ପଡିବ ନ।ହିଁ । କାରଣ ଆପଣ ଡିଜି ଲକର ପ୍ଲାଟ୍ଫର୍ମ ବା ଏମ୍‌ ପରିବହନ ମୋବାଇଲ ଆପରେ ,ନିଜ ଗାଡିର ସବୁ କାଗଜ ପତ୍ରକୁ ଆପଣ ଡକ୍ୟୁମେଣ୍ଟ ଭାବେ ରଖିପାରିବେ ଓ ଏହାକୁ ଆପଣ ଉପଯୁକ୍ତ ସ୍ଥାନରେ ଦେଖାଇପାରିବେ ।

ଦିଲ୍ଲୀ ସରକାରଙ୍କର ପରିବହନ ବିଭାଗ ତରଫରୁ ଦିଆଯାଇଥିବା ନୋଟିସ ଅନୁ ସାରେ , ଡିଜି ଲକର ପ୍ଲାଟଫର୍ମ ବା ଏମ୍‌ - ପରିବହନ ମୋବାଇ ଲ ଆପ ରେ , ଆପଣ ନିଜ ଗାଡିର ଡ୍ରାଇଭିଙ୍ଗ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ସହିତ ଗାଡିର ଅନ୍ୟ ଯେକୌଣସି କାଗଜ ପତ୍ରରୁ ଡକ୍ୟୁମେଣ୍ଟ ବା ଡିଜିଟାଲ ଭାବେ ସେଭ କରି ରଖିପାରିବେ । ତେବେ ପରିବହନ ବିଭାଗ ଦ୍ୱାରା ଦିଆଯାଇଥିବା ପ୍ରମାଣପତ୍ର ଅନୁଯାୟୀ ଏଗୁଡ଼ିକ ଆଇନଗତ ଭାବେ ବୈଧ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଅନ୍ୟ କୌଣସି ରୂପରେ ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟର ସଫ୍ଟ କପି , ମୁଖ୍ୟ ରେକର୍ଡ ଭାବରେ ଗ୍ରହଣ କରାଯିବ ନାହିଁ।