ମୁଖ୍ୟ ଚିକିତ୍ସାଳୟରୁ ନିଖୋଜ ହୋଇଗଲା ନବଜାତ ଶିଶୁ ପୁତ୍ର, ଥାନାରେ ମା'ବାପା

ମୁଖ୍ୟ ଚିକିତ୍ସାଳୟରୁ ନିଖୋଜ ହୋଇଗଲା ନବଜାତ ଶିଶୁ ପୁତ୍ର, ଥାନାରେ ମା'ବାପା

ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁ ପୁତ୍ର ନିଖୋଜ ଘଟଣା। ନିଖୋଜ ଶିଶୁ ପୁତ୍ରକୁ ନପାଇ ଥାନାର ଦ୍ୱାରସ୍ଥ ହେଲେ ଉଭୟ ବାପାମା'। ଇଟାମାଟି ଥାନା ନୋତର ଗାଁର ରବି ସ୍ୱାଇଁ ତାଙ୍କ ପତ୍ନୀ ଜଲି ସ୍ୱାଇଁଙ୍କୁ ପ୍ରସବ ପାଇଁ ନୟାଗଡ ଜିଲା ହସ୍ପିଟାଲକୁ ଆସିଥିଲେ । ସେଠାରେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଜନ୍ମପରେ କାର୍ଯ୍ୟରତ ଆଶା ଦିଦି ଓ ନର୍ସ ତାଙ୍କ ପୁଅକୁ ଟିକା ଖୁଆଇବା ପାଇଁ କହି କୁଆଡେ ନେଇଯାଇ ଥିବା ଅଭିଯୋଗ ହୋଇଛି। ନୟାଗଡ ପୋଲିସ ନିଖୋଜ ଶିଶୁ ପୁତ୍ରର ବାପା ଓ ମାଙ୍କୁ ନେଇ ଥାନାରେ ବସାଇ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏନେଇ କୌଣସି ଅଭିଯୋଗ ଆସିନାହିଁ ବୋଲି ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ। ଦଶପଲା ବ୍ଲକ ଯାଇଥିବା ବେଳେ ସେଠାରେ ଏହି ଖବର ଶୁଣିବାକୁ ପାଇଥିଲେ । ଏହି ଘଟଣାର ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏବେ ବି ଶିଶୁ ପୁତ୍ର ନିଖୋଜ ଅଛି। ଅନ୍ୟ ପକ୍ଷରେ ପୁରୀ ସଦର ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ବାଥରୁମରେ ଛୁଆକୁ ଛାଡ଼ି ମା’ ପୁରୀ ସଦର ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବାଥରୁମରେ ଛୁଆକୁ ଛାଡ଼ି କୁଆଡେ ମା’ ପଳାଇଥିବାର ଜଣା ପଡିଛି। ନବଜାତକକୁ ଉଦ୍ଧାର କରି ମେଡିକାଲର ଏସଏନସିୟୁରେ ଭର୍ତ୍ତି କରାଯାଇଛି । ଉଦ୍ଧାର ନବଜାତକର ଓଜନ ମାତ୍ର ୯ଶହ ଗ୍ରାମ ରହିଛି । ଶିଶୁ ବିଭାଗ ଦାୟିତ୍ବରେ ଥିବା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଜାରି ରହିଛି।