କଂସାରିଗୁଡ଼ାରେ ହେବ ୨ ରିଫାଇନାରୀ କାରଖାନା ; ଖର୍ଚ୍ଚ ହେବ ୧୧ ହଜାର କୋଟି, ନିଯୁକ୍ତି ପାଇବେ ୪୭୫୦

କଂସାରିଗୁଡ଼ାରେ ହେବ ୨ ରିଫାଇନାରୀ କାରଖାନା ; ଖର୍ଚ୍ଚ ହେବ ୧୧ ହଜାର କୋଟି, ନିଯୁକ୍ତି ପାଇବେ ୪୭୫୦
କଂସାରିଗୁଡ଼ାରେ ହେବ ୨ ରିଫାଇନାରୀ କାରଖାନା ; ଖର୍ଚ୍ଚ ହେବ ୧୧ ହଜାର କୋଟି, ନିଯୁକ୍ତି ପାଇବେ ୪୭୫୦

ରାୟଗଡ଼ା ୦୬।୧୦: ପୂରଣ ହେବାକୁ ଯାଉଛି ବିସ୍ଥାପିତଙ୍କ ଦୁଇ ଦଶନ୍ଧିର ସ୍ୱପ୍ନ। କଂସାରିଗୁଡ଼ାରେ ହେବ ଦ୍ୱିତୀୟ ରିଫାଇନାରୀ ୟୁନିଟ। ଜନ ଶୁଣାଣିରେ ଅଞ୍ଚଳବାସୀଙ୍କ ପୂର୍ଣ ସମର୍ଥନ ପରେ ଦ୍ଵିତୀୟ ପ୍ରକଳ୍ପ ପାଇଁ ରାସ୍ତା ଖୋଲିଛି। ବିଂଶ ଶତାବ୍ଦୀରେ ପ୍ରଥମ ଥର ପାଇଁ ନିର୍ବିବାଦୀୟ ଭାବେ କମ୍ପାନି ପ୍ରତିଷ୍ଠା ଲାଗି ଜନ ଶୁଣାଣିକୁ ଏପରି ସମର୍ଥନ ମିଳିଛି। କମ୍ପାନୀ କାର୍ଯ୍ୟକ୍ଷମ ହେଲେ କାଶୀପୁର ବ୍ଲକ ସମେତ ରାୟଗଡ଼ା ଜିଲ୍ଲାର ସାମାଜିକ ଅର୍ଥନୈତିକ ବିକାଶରେ ପରିବର୍ତ୍ତନ ଆସିବ ବୋଲି ମତ ପ୍ରକାଶ ପାଇଛି।

ହିଣ୍ଡାଲକୋ ପକ୍ଷରୁ କଂସାରିଗୁଡ଼ାରେ ପ୍ରକଳ୍ପ ନିର୍ମାଣ ପାଇଁ ପୋଡପାଡ଼ି ଉତ୍କଳମଣି ଗୋପବନ୍ଧୁ ହାଇସ୍କୁଲରେ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା। ବିସ୍ଥାପିତ ଜନ ଶୁଣାଣିକୁ ସମର୍ଥନ କରିବା ପରେ ଖଣି ଚୁକ୍ତି ହେବାର ଗୋଟିଏ ମାସ ମଧ୍ୟରେ କାରଖାନା ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେବ । କମ୍ପାନୀ ନିର୍ମାଣରେ ୧୧ ହଜାର କୋଟି ଟଙ୍କା ପର୍ଯ୍ୟାୟକ୍ରମେ ଖର୍ଚ୍ଚ ହେବ। ନିର୍ମାଣ ସମୟରେ ୮ ହଜାର ୧୫୦ ଏବଂ ପରିଚାଳନା ସମୟରେ ୪ ହଜାର ୭୫୦ ଜଣଙ୍କୁ ନିଯୁକ୍ତି ମିଳିବ। ଜନ ଶୁଣାଣିରେ ଉପସ୍ଥିତ ସ୍ଥାନୀୟ ଲୋକ, ପ୍ରଭାବିତ ଓ ଜମିହରା, ଅତିରିକ୍ତ ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର ଓ କାରଖାନା କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସପକ୍ଷରେ ମତ ରଖିଥିଲେ। କେବଳ ଜଣେ ବିରୋଧରେ ମତ ରଖିଥିଲେ। ଶୁଣାଣୀର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡିଓ ରେକର୍ଡିଂ କରାଯାଇଥିଲା।