ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ମୁହଁ ଖୋଲିଲେ ନିରଞ୍ଜନ

ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ମୁହଁ ଖୋଲିଲେ ନିରଞ୍ଜନ

ପିସିସି ସଭାପତି ପଦରୁ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପିସିସି ସଭାପତି ଚିରସ୍ଥାୟୀ ନୁହଁ ବୋଲି ସେ କହିଛନ୍ତି ।ସଭାପତି ରହିବା ନରହିବା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ମୁଁ ବହୁତ ଦିନ ହେଲା ରହିସାରିଲିଣି ସଭାପତି । ପାର୍ଟି ଅନ୍ତଃର୍ନିହିତ କଥାକୁ କାହାକୁ କହିବାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଏପରି କହିଛନ୍ତି।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି ନିରଞ୍ଜନ ଯଦି ଇସ୍ତଫା ଦେଇଛନ୍ତି ତେବେ ସେ ସ୍ପଷ୍ଟ କରନ୍ତୁ । ଲୁଚକାଳି ଖେଳ ବନ୍ଦ କରନ୍ତୁ ନିରଞ୍ଜନ । ଯଦି ରାହୁଲ ଓ ସୋନିଆ ଗାନ୍ଧୀ ନିରଞ୍ଜନଙ୍କୁ ସଭାପତି ପଦରେ ରଖିବା କଥା ରଖିବେ, ଯଦି କାଢିବା କଥା କାଢିବେ । ଦଳର ଇମେଜ ଖରାପ ହେଉଛି ବୋଲି ସୁର ରାଉତ କହିଛନ୍ତି ।

ସେପଟେ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ମିଡିଆରେ ତ ଚର୍ଚ୍ଚା ହେଉଛି ହେଲେ ଇସ୍ତଫା ଦେଇଛନ୍ତି କି ନାହିଁ, ସେ କଥା କେବଳ ନିରଞ୍ଜନ ହିଁ କହିପାରିବେ । ଦେବେ ନଦେବେ ସ୍ପଷ୍ଟ କରିବା ଦରକାର । କର୍ମୀଙ୍କ ମନରେ ଅନିଶ୍ଚିତତା ଦଳର କ୍ଷତି କରୁଛି ବୋଲି ଶରତ ରାଉତ କହିଛନ୍ତି ।