ଓଡ଼ିଶାରେ ପହଞ୍ଚିଲା ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର

ଓଡ଼ିଶାରେ ପହଞ୍ଚିଲା ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର

ତାମିଲୁନାଡୁର କୁନ୍ନରୁରେ ବାୟୁସେନାର ହେଲିକପ୍ଟର କ୍ରାସରେ ପ୍ରାଣ ହରାଇଥିବା ଓଡିଆ ଯବାନ ରାଣା ପ୍ରତାପଙ୍କ ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିଛି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଛି ରାଣାପ୍ରତାପଙ୍କ ପାର୍ଥିବ ଶରୀର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ଯବାନଙ୍କ ପାର୍ଥିବ ଶରୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପରେ ତାଙ୍କ ଜନ୍ମମାଟି ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯିବ ବୋଲି ଜଣାପଡିଛି । ପାର୍ଥିବ ଶରୀର ଗାଁ ପରିକ୍ରମା କରାଯିବା ପରେ ଗାଁରେ ହିଁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ। ଗାଁର ପ୍ରବେଶ ପଥରେ ଏକ ଅସ୍ଥାୟୀ ଶ୍ମଶାନ ପ୍ରସ୍ତୁତ କରାଯାଇଛି । ସେଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ।ତାଳଚେରର ରାଣାପ୍ରତାପ ବାୟୁସେନା ବିଭାଗରେ ଜୁନିଅର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଏହି ଦୁର୍ଘଟଣାରେ ଦେଶର ସିଡିଏସ୍‌ ବିପିନ୍‌ ରାଓ୍ୱତଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଥିଲା ।