ପଞ୍ଚାୟତ ନିର୍ବାଚନ ପାଇଁ ୬ ରେ ସର୍ବଦଳୀୟ ବୈଠକ

ପଞ୍ଚାୟତ ନିର୍ବାଚନ ପାଇଁ ୬ ରେ ସର୍ବଦଳୀୟ ବୈଠକ

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ତେବେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ ଆୟୋଗ । ଆସନ୍ତା ୬ ତାରିଖ ଦିନ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏଥି ପାଇଁ ସମସ୍ତ ରାଜନୈତିକ ଦଳକୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।୨୦୨୨ରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକରେ ନିର୍ବାଚନ ହେବ । ଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲାଗି ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳଗୁଡ଼ିକଙ୍କୁ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଷ କରିବାକୁ ସ୍ଥିର କରିଛନ୍ତି ବୋଲି ଜଣାପଡିଛି। ସର୍ବଦଳୀୟ ବୈଠକରେ ସଂପୃକ୍ତ ଦଳର ସଭାପତି କିମ୍ବା ସମ୍ପାଦକ ଅଥବା ପ୍ରାଧିକୃତ ପ୍ରତିନିଧି ଯୋଗ ଦେଇପାରିବେ । କୋଭିଡ କଟକଣା ପାଇଁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ସର୍ବାଧିକ ୨ ଜଣ ପ୍ରତିନିଧି ବୈଠକରେ ଉପସ୍ଥିତ ରହିବେ ବୋଲି ଜଣା ପଡିଛି। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି।