୨୧ରେ ଏକାଦଶ ଓ ୨୫ରେ ଅଷ୍ଟମ ଶ୍ରେଣୀ ଅଫଲାଇନ୍ କ୍ଲାସ୍

୨୧ରେ ଏକାଦଶ ଓ ୨୫ରେ ଅଷ୍ଟମ ଶ୍ରେଣୀ ଅଫଲାଇନ୍ କ୍ଲାସ୍

ଦଶହରା ପୂଜା ଛୁଟି ପରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଅଫଲାଇନ୍ କ୍ଲାସ ଆରମ୍ଭ ହେବ । ସ୍କୁଲ ଖୋଲିବା ନେଇ ଆଜି ଜାରି ହୋଇଛି ମାର୍ଗଦର୍ଶିକା । ସୂଚନା ଅନୁସାରେ, ଆସନ୍ତା ୨୧ ତାରଖରେ ଏକାଦଶ ଓ ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ଖୋଲାଯିବ । ତେବେ ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପୂଜା ଛୁଟି ସରିବା ସହିତ ୨୧ ତାରିଖରେ ପାଠପଢ଼ା ଆରମ୍ଭ ହେବ। 

ସେହିପରି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପ୍ରଥମ ୨ ଦିନ ପାଠ ପଢା ହେବ ନାହିଁ । ପ୍ରାୟ ଦେଢ ବର୍ଷ ପରେ ସ୍କୁଲ ଖୋଲିଥିବାରୁ ପ୍ରଥମ ଦିନ ପିଲାମାନେ ଗୀତ ଗାଇବା , ଚିତ୍ରାଙ୍କନ, ତର୍କ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମରେ ଭାଗ ନେବେ । ସେହିପରି ସ୍କୁଲ ଖୋଲିବା ପୂର୍ବରୁ ଅର୍ଥାତ ୨୪ ତାରିଖ ଭିତରେ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତି ବୈଠକ ଡାକିବା ପାଇଁ ପରାମର୍ଶ ଦିଆଯାଇଛି । 

ଅନ୍ୟପଟେ ୧୭ ତାରିଖରୁ ସବୁ ସ୍କୁଲ ସଫାସୁତୁରା ଓ ସନିଟାଇଜ୍ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ୨୭ରୁ ୨୯ ତାରିଖ ଦୁଇ ଦିନ ଧରି ପିଲାଙ୍କର ଶିକ୍ଷା ସ୍ତର ଆକଳନ କରାଯିବ । ବିଶେଷକରି ଓଡିଆ, ଇଂରାଜୀ ଓ ଗଣିତରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ମାନ କେମିତି ରହିଛି ତାହା ନିର୍ଦ୍ଧାରଣ କରାଯିବ । ସେହି ଅନୁସାରେ ଶିକ୍ଷକମାନେ ପ୍ରତିକାରତ୍ମକ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବେ । ତେବେ କରୋନ କଟକଣା ସହ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯିବ। ଏହାସହ ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପ୍ରତି ମଧ୍ୟ ନଜର ରଖାଯିବ।