ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ଅଧିକାରୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ଅଧିକାରୀ

ଭିଜିଲାନ୍ସ ଜାଲରେ ଗ୍ରାମପଞ୍ଚାୟତ ଅଧିକାରୀ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅସରଡା ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶଶିରେଖା ସିଂ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।କଟକ ଓ ଅନୁଗୁଳ ଭିଜିଲାନ୍ସ ମିଳିତ ଚଢ଼ାଉ କରି ତାଙ୍କୁ ଧରିଛନ୍ତି।ବାରସିଙ୍ଗା ଗାଁର ମିଥୁନ ନାଏକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇଥିବାର ଜଣା ପଡ଼ିଛି। ମିଥୁନ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କରିଥିବା କାମର ଫାଇନାଲ ବିଲ ୨୦ ହଜାର ଟଙ୍କା ପାଇବା ପାଇଁ ପଞ୍ଚାୟତ ଅଫିସକୁ ବାରମ୍ବାର ଦୌଡିବା ପରେ ପଞ୍ଚାୟତ ଅଧିକାରୀ ଫାଇନାଲ ବିଲ୍ କରାଇଦେବା ପାଇଁ ତାଙ୍କୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ମିଥୁନ ରାଜିନ ହୋଇ କଟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶେଷରେ ମିଥୁନ ପଞ୍ଚାୟତ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ୮ ହଜାର ଟଙ୍କା ଦେଉଥିବା ସମୟରେ ଆଗରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଟଙ୍କା ସହ କାବୁ କରିଥିଲା। ଏହାସହ ତାଙ୍କ କାର୍ଯ୍ୟାଳୟ ସମେତ ଘରେ ଚଢାଉ କରାଯାଇଥିବା ସୂଚନା ମିଳିଛି।