ତ୍ୱଚାର ଲୋମ ଛିଦ୍ର ସମସ୍ୟା ନେଇ ଚିନ୍ତାରେ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ତରିକା

ତ୍ୱଚାର ଲୋମ ଛିଦ୍ର ସମସ୍ୟା ନେଇ ଚିନ୍ତାରେ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ତରିକା
ତ୍ୱଚାର ଲୋମ ଛିଦ୍ର ସମସ୍ୟା ନେଇ ଚିନ୍ତାରେ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ତରିକା

ସୁସ୍ଥ ତ୍ୱଚା ଚାହୁଁଥିଲେ ତ୍ବଚା ପାଇଁ ରୁମ ଛିଦ୍ର ଗୁଡିକୁ ସଫା ରଖିବା ନିହାତି ଜରୁରୀ ଏନେଇ ଆମେ ଅନେକ ତରିକା ଆପଣେଇଥିଲେ ମଧ୍ୟ ଏତେଟା ସୁଫଳ ପାଇପାରିନଥାଉ ନିକଟରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ରବିନା ପୋର୍ସକୁ  କିପରି ସହଜରେ ଖୋଲାଯାଇ ସଫା କରାଯିବ ସେନେଇ ଏକ ସହଜ ଟିପ୍ସ ଦେଉଥିବାର ନଜର ଆସିଛନ୍ତି ତେବେ ପ୍ରଥମେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା
ସାମଗ୍ରୀ: ଗ୍ରୀନ ଟି- ଗୋଟେ ପାଉଚ, ଚାଉଳ ଅଟା – ୨ ଚାମଚ, ମହୁ – ଅଧା ଚାମଚ
କିପରି ପ୍ରସ୍ତୁତ କରିବେ ପ୍ୟାକ: ପ୍ରଥମେ ଗ୍ରୀନ ଟି ସିଝାଇ ଦିଅନ୍ତୁ ଏବେ ଏହାକୁ ଥଣ୍ଡା କରି ଏକ ସାଇଡରେ ରଖି ଦିଅନ୍ତୁ ଏବେ ଏଥିରେ ଚାଉଳ ଅଟା ମହୁ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ ଏବେ ନିଜ ଚେହେରାକୁ ଭଲ ଭାବେ ସଫା କରି ଦିଅନ୍ତୁ ଏହାପରେ ପ୍ରସ୍ତୁତ କରିଥିବା ପେଷ୍ଟକୁ ନିଜ ମୁହଁରେ ଲଗେଇ ଦିଅନ୍ତୁ ୧୫ ରୁ ୨୦ ମିନିଟ ପାଇଁ ଛାଡି ଦିଅନ୍ତୁ ଏବେ ନିଜ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ଭଲ ଫଳ ପାଇବା ପାଇଁ ସପ୍ତାହକୁ ଅତି କମରେ ତିନି ଥର ଏହି ପ୍ୟାକ ବ୍ୟବହାର କରିବା ଉଚିତ
କାହିଁକି ଲାଭକାରୀ ଏହି ଫେସପ୍ୟାକ: ଗ୍ରୀନ ଟିରେ ଭରପୁର ମାତ୍ରାରେ ଆଣ୍ଟି ଆକ୍ସିଡେଣ୍ଟ ଫ୍ଲାବନଏଡ଼ ଥାଏ ଯାହା ତ୍ୱଚାରେ ଜମି ରହିଥିବା ସମସ୍ତ ଧୂଳି ମଳିକୁ ବାହାର କରି ଦେଇଥାଏ ଏହା ସହ ପୋର୍ସକୁ କ୍ଲିନ କରିଥାଏ ଏହା ବାଦ ଚାଉଳ ଅଟା ମହୁ ତ୍ୱଚାକୁ ପୋଷଣ ଦେଇଥାଏ ଯାହା ସ୍କିନକୁ କ୍ଲିନ କରିବା ସହ ଏକ ପ୍ରକାର ଉଜ୍ଜ୍ୱଳତା ଆଣିଥାଏ ଏହା ବାଦ ଯାବତୀୟ ତ୍ୱଚା ସଂକ୍ରମଣ ମଧ୍ୟ ଦୂର ହୋଇଥାଏ