ଓଲଟିଲା ଡ଼ଙ୍ଗା; ବୁଡ଼ିଗଲେ ଗୋଟିଏ ପରିବାରର ୧୧ ଜଣ; ୩ଜଣଙ୍କ ମୃତଦେହ ଉଦ୍ଧାର

ଓଲଟିଲା  ଡ଼ଙ୍ଗା; ବୁଡ଼ିଗଲେ ଗୋଟିଏ ପରିବାରର ୧୧ ଜଣ; ୩ଜଣଙ୍କ ମୃତଦେହ ଉଦ୍ଧାର
orissapost

ଆଜି ମହାରାଷ୍ଟ୍ରର ଅମରାବତୀରୁ ଏକ ଦୁଖଦ ଖବର ଆସିଛି । ଅମରାବତୀ ଜିଲ୍ଲାର ଶ୍ରୀ କ୍ଷେତ୍ ଜୁଞ୍ଜରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ବୁଡ଼ିଯିବା ଘଟଣା ସାମ୍ନାକୁ ଆସିଛି । ସକାଳେ ଡଙ୍ଗାଟି ବୁଡ଼ିଯିବା ପରେ ବର୍ଧା ନଦୀରେ ୧୧ ଜଣ ଲୋକ ବୁଡ଼ିଯାଇଥିବା ଖବର ମିଳିଥିଲା। 

ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅନ୍ୟମାନଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ପରିବାରର ୧୧ ଜଣ ଲୋକ ଦଶକ୍ରିଆ ରୀତିନୀତି ପାଇଁ ଆସିଥିଲେ। ଗତକାଲି ଦଶକ୍ରିଆର ରୀତିନୀତି ସମାପ୍ତ କରିବା ପରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗାଟି ବୁଡ଼ିଯିବା ପରେ ତିନି ଜଣ ବୁଡ଼ିଯାଇଥିବା ଦେଖିବାକୁ ମିଳିଥିଲା ​​ବେଳେ ଅନ୍ୟଆଠ ଜଣ ନିଖୋଜ ଲୋକଙ୍କୁ ଖୋଜାଖୋଜି ଚାଲିଛି। ଅମରାବତୀ ଜିଲ୍ଲାର ବେନୋଡା ସହିଦ ପୋଲିସ ଷ୍ଟେସନ ଅଧୀନରେ ଥିବା ଶ୍ରୀ କ୍ଷେତ୍ ଜୁଞ୍ଜର ବର୍ଧା ନଦୀରେ ସକାଳ ପ୍ରାୟ ୧୦ ଟା ବେଳେ ଏହି ଘଟଣା ଘଟିଛି ଏବଂ ଏପର୍ଯ୍ୟନ୍ତ ଚାରିଟି ମୃତଦେହ ଉଦ୍ଧାର କରାଯାଇଛି ।