ତାଲିବାନର ନେତା ମୁଲ୍ଲାହଙ୍କୁ ମୁକ୍ତ କଲା ପାକିସ୍ତାନ

ତାଲିବାନର ନେତା ମୁଲ୍ଲାହଙ୍କୁ ମୁକ୍ତ କଲା ପାକିସ୍ତାନ
ph: independent

ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରେ ତାଲିବାନୀ ଶାସନ ଫେରିଛି। ପରୋକ୍ଷରେ ତାଲିବାନକୁ ସମର୍ଥନ କରୁଥିବା ପାକିସ୍ତାନ ଏବେ ତାଲିବାନୀର ଜଣେ କର୍ମଚାରୀଙ୍କୁ ମୁକ୍ତ କରିଛି। ତାଲିବାନ ସଦସ୍ୟ ମୁଲ୍ଲାହ ମୋହମ୍ମଦ ରସୁଲ୍‌ଙ୍କୁ ଗିରଫ କରିଥିଲା ପାକିସ୍ତାନ।

ମୁଲ୍ଲାହ ତାଲିବାନ ଠାରୁ ଅଲଗା ହେବାପରେ ଏକ ନୂଆ ଦଳ ଗଠନ କରିଥିଲା। ଏହାପରେ ପ୍ରାୟ ୫ ବର୍ଷ ତଳେ ମୁଲ୍ଲାକୁ ଗିରଫ କରିଥିଲା ପାକିସ୍ତାନ। ଏବେ ତାଲିବାନୀ ଶାସନ ଫେରିବା ପରେ ପାକିସ୍ତାନ ମୁଲ୍ଲାକୁ କାରାଗାରରୁ ମୁକ୍ତ କରିଛି। ମୁଲ୍ଲା ଏବେ ପୁଣି ଥରେ ତାଲିବାନ ସଂଗଠନକୁ ଫେରିଯିବ ବୋଲି ସୂଚନା ମିଳିଛି।

ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲ କରିବା ପରେ ଏବେ ତାଲିବାନ୍‌ ଆତଙ୍କୀମାନେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିସହିତ ନୂଆ ସରକାରକୁ ମାନ୍ୟତା ଦେବା ଲାଗି ସେମାନେ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି । କହିଛନ୍ତି ସେମାନେ ଏଭଳି ସରକାର ଗଠନ କରିବାକୁ ଚାହାନ୍ତି ଯେଉଁଥିରେ ସବୁ ପକ୍ଷ ସାମିଲ ହୋଇପାରିବେ।

ବରିଷ୍ଠ ତାଲିବାନ୍‌ ନେତା ଜବିହୁଲ୍ଲା ମୁଜାହିଦ୍‌ ପ୍ରଥମଥର ପାଇଁ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି ଯେ ଇସ୍‌ଲାମିକ ଆଇନ ଅନୁସାରେ ସେମାନେ ସରକାର ଗଢ଼ିବେ। କାବୁଲସ୍ଥିତ ସବୁ ଦୂତାବାସ, ଅନ୍ତର୍ଜାତୀୟ ସଙ୍ଗଠନ ଓ ସହାୟକ ସଂସ୍ଥାକୁ ସେମାନେ ସୁରକ୍ଷା ଦେବେ। ଇସ୍‌ଲାମିକ ଆଇନ ଅନୁସାରେ ସେମାନେ ମହିଳାଙ୍କୁ ଅଧିକାର ପ୍ରଦାନ କରିବେ । ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ମହିଳାମାନେ କାର୍ଯ୍ୟ କରିପାରିବେ। ମହିଳାଙ୍କ ବିରୋଧରେ କୌଣସି ପ୍ରକାର ଭେଦଭାବ କରାଯିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଫଗାନିସ୍ତାନର ମାଟି ଅନ୍ୟ ଦେଶ ବିରୋଧରେ ବ୍ୟବହାର ହେବାକୁ ଦିଆଯିବ ନାହିଁ।