ପଞ୍ଚଭୂତରେ ଲୀନ ହେଲେ ସାମ୍ବାଦିକ ଅରିନ୍ଦମ ଦାସ, ପୈତୃକ ଗାଁରେ ହେଲା ଅନ୍ତିମ ସଂସ୍କାର

ପଞ୍ଚଭୂତରେ ଲୀନ ହେଲେ ସାମ୍ବାଦିକ ଅରିନ୍ଦମ ଦାସ, ପୈତୃକ ଗାଁରେ ହେଲା ଅନ୍ତିମ ସଂସ୍କାର
ପଞ୍ଚଭୂତରେ ଲୀନ ହେଲେ ସାମ୍ବାଦିକ ଅରିନ୍ଦମ ଦାସ, ପୈତୃକ ଗାଁରେ ହେଲା ଅନ୍ତିମ ସଂସ୍କାର

ପାଟଣା ୨୫।୦୯ : ପଞ୍ଚଭୂତରେ ଲୀନ ହେଲେ ସାମ୍ବାଦିକ ଅରିନ୍ଦମ ଦାସ । ଅରିନ୍ଦମକୁ ଝୁରୁଛି ଗାଁ ମାଟି । କେନ୍ଦୁଝର ତୁରୁମୁଙ୍ଗା ଥାନା ରାଇକଳା ଗାଁ ନିକଟ ବୈତରଣୀ ନଦୀକୂଳ ସ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି । କକା ପୁଅ ଭାଇ ମାନସ ରଞ୍ଜନ ଦାସ ଦେଲେ ମୁଖାଗ୍ନି । କାନ୍ଦ ବୋବାଳିରେ ଫାଟି ପଢୁଛି ସାରା ଗାଁ ।

ସୂଚନାଯୋଗ୍ୟ ଯେ, କଟକ ସ୍ଥିତ ମୁଣ୍ଡଳି ବ୍ୟାରେଜ୍‌ ନିକଟରେ ଏହା ଦନ୍ତା ହାତୀ ପାଣି ଭିତରେ ଫସିଯାଇଥିଲା । ହାତୀକୁ ଉଦ୍ଧାର କରିବାକୁ ଯାଇଥିଲେ ଓଡ୍ରାଫ୍‌ ଟିମ୍‌ । ତେବେ ଏହି ଓଡ୍ରାଫ୍‌ ଟିମ୍‌ର ୨ଜଣ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଯାଇଥିଲା । ହେଲେ ସେଠାରେ ପାଣି ସୁଅରେ ଓଡ୍ରାଫ୍ ଟିମ୍‌ ସହ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ୍‌ ଦାସ ଭାସିଯାଇଥିଲେ । ଏହାର କିଛି ସମୟରେ ମୁଣ୍ଡଳି ବ୍ରିଜ୍‌ ନିକଟରୁ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିଲା । ସେଠାରୁ ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଆଜି ଭୋରରୁ ଅରିନ୍ଦମଙ୍କ ମୃତଦେହ ଗାଁରେ ପହଁଚିବା ପରେ ଦେଖା ଦେଇଥିଲା ଶୋକାକୂଳ ପରିବେଶ । ଗତକାଲି ଘଟଣା ପରଠାରୁ ଗାଁରେ ଚୁଲି ଜଳିନାହିଁ। ଅରିନ୍ଦମଙ୍କ ପତ୍ନୀ ଏବଂ ମା ସମ୍ପୂର୍ଣ ବାକଶୂନ୍ୟ ହୋଇପଡିଛନ୍ତି । ଅରିନ୍ଦମଙ୍କ ପରିବାରରେ ତାଙ୍କର ବିଧବା ମା, ୨ ବର୍ଷର ପୁଅ ଏବଂ ସ୍ତ୍ରୀ ରହିଥିବା ବେଳେ ସମ୍ପୁର୍ଣ୍ଣ ପରିବାର ଅସହାୟ ହୋଇପଡିଛି ।