ଡିଏଫଓଙ୍କ ପରେ ବିଦ୍ୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ, ଉଗାଳିଲେ କି ସତ?

ଡିଏଫଓଙ୍କ ପରେ ବିଦ୍ୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ, ଉଗାଳିଲେ କି ସତ?

ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକସନ୍‌ ଟେଷ୍ଟ ପରେ ଆଜି ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ବିଦ୍ୟାଭାରତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । କ୍ରାଇମବ୍ରାଞ୍ଚର ପ୍ରଶ୍ନବାଣରେ ହଡବଡେଇ ଯାଇଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟା। ଏହାସହ ବ୍ୟତିବ୍ୟସ୍ତ ହୋଇ କାନ୍ଦି ପକାଇଥିବା ଜଣାପଡ଼ିଛି। ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ତଦନ୍ତକାରୀ ଟିମ୍‌ର ତାଙ୍କୁ ଶହେ ପ୍ରଶ୍ନର ପଚାରିଥିବାର ଜଣାପଡିଛି। ପୂର୍ବରୁ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକସନ୍‌ ଟେଷ୍ଟ ପରେ ବିଦ୍ୟା ମଧ୍ୟ ପଲିଗ୍ରାଫ୍‌ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା ଜଣାପଡିଥିଲେ। ଲାଏ ଡିଟେକସନ୍‌ ଟେଷ୍ଟ ରିପୋର୍ଟ ଆଧାରରେ ତଦନ୍ତର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ କ୍ରାଇମବ୍ରାଞ୍ଚ। ପୂର୍ବରୁ ତିନିଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି, ସୌମ୍ୟଙ୍କ ପରିବାର ଏବଂ ବିଦ୍ୟାଭାରତୀ ଓ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା ।