ଗର୍ଭାବସ୍ଥା ଆରମ୍ଭରୁ ଏହି ୬ଟି ଜିନିଷ ଉପରେ ରଖନ୍ତୁ ବିଶେଷ ଧ୍ୟାନ

ଗର୍ଭାବସ୍ଥା ଆରମ୍ଭରୁ ଏହି ୬ଟି ଜିନିଷ ଉପରେ ରଖନ୍ତୁ ବିଶେଷ ଧ୍ୟାନ
ଗର୍ଭାବସ୍ଥା ଆରମ୍ଭରୁ ଏହି ୬ଟି ଜିନିଷ ଉପରେ ରଖନ୍ତୁ ବିଶେଷ ଧ୍ୟାନ

ଦୀର୍ଘ ୯ମାସର ଗର୍ଭାବସ୍ଥା ଯାତ୍ରା ଏତେ ସହଜ ହୋଇନଥାଏ । କେତେବେଳେ ଆପଣଙ୍କୁ ଭୋକ ଲାଗିନଥାଏ ତ କେତେବେଳେ ଅଧିକ ଭୋକ ଲାଗିଥାଏ । ପିଠି ଦରଜ, ବାନ୍ତି, ମୁଣ୍ଡ ବିନ୍ଧା ଆଦି ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତିକରିବା ପରେ ଶେଷରେ ଆପଣ ମା’ ହେବାର ଖୁସି ଅନୁଭବ କରିଥାନ୍ତି । ଏମିତିରେ ଆପଣଙ୍କୁ ଗର୍ଭାବସ୍ଥା ଆରମ୍ଭରୁ ହିଁ କିଛି ଏମିତି ଜିନିଷ ଆପଣାଇବା ଉଚିତ୍ ଯାହାଦ୍ବାରା ଆପଣଙ୍କ ଗର୍ଭାବସ୍ଥା ସୁସ୍ଥ ହୋଇପାରିବ ।

ସବୁଜ ଫଳ ଏବଂ ପନିପରିବା ଖାଆନ୍ତୁ :

ଆପଣଙ୍କ ଖାଦ୍ୟରେ ଫଳ ଏବଂ ପନିପରିବା ନିଶ୍ଚୟ ସାମିଲ କରନ୍ତୁ । ଫଳ ଏବଂ ପନିପରିବା ଆପଣଙ୍କ ଶରୀରରେ ଅନେକ ପୋଷକ ତତ୍ବର ଅଭାବ ଦୂର କରିଥାଏ । ଯାହା ଦ୍ବାରା ଆପଣଙ୍କ ଶରୀର ସୁଦୃଢ ହୋଇଥାଏ ଏବଂ ଆପଣ ସୁସ୍ଥ ଶିଶୁର ମା’ ହୋଇପାରିବେ ।

ଆଇରନ୍ ସ୍ତରକୁ ନିୟନ୍ତ୍ରଣରଖନ୍ତୁ :

ଆପଣ ଖାଦ୍ୟରେ ଆଇରନ୍‌ଯୁକ୍ତ ଜିନିଷ ସେବନ କରିବା ଦ୍ବାରା ଏନିମିୟାରୁ ଦୂରେଇ ରହିବେ । ଶରୀରରେ ଆଇରନ୍‌ର ଅବଶୋଷଣକୁ ଭଲ କରିବାକୁ ଆଇରନ୍ ସହ ଭିଟାମିନ୍ ସି ମଧ୍ୟ ସେବନ କରନ୍ତୁ । ଏଥିପାଇଁ ଆପଣ ଡାଲି, ଫଳ ଏବଂ ମାଂସ ତରକାରୀ ଖାଆନ୍ତୁ । ଶରୀରରେ ଆଇରନ୍ ଅବଶୋଷଣକୁ ବଢାଇବା ପାଇଁ ଆପଣଙ୍କ ଏକ ଗ୍ଲାସ୍ କମଳା ରସ ଏବଂ ଲେମ୍ବୁ ପାଣି ମଧ୍ୟ ପିଇପାରିବେ ।

ହାଇଡ୍ରେଟ୍ ରୁହନ୍ତୁ :

ଗୋଟିଏ ବୋତଲ ପାଣି ନିଜ ସାଥିରେ ରଖନ୍ତୁ । ଏହାସହ ପାଣିରେ ଭରପୁର ପନିପରିବା ଏବଂ ଫଳ ଯେପରି କାକୁଡି, ଟମାଟୋ, ଲାଉ, ତରଭୁଜ ଏବଂ ଖରଭୁଜ ନିଜ ଖାଦ୍ୟରେ ସାମିଲ କରନ୍ତୁ । ନିଜ ଶରୀରରେ ଜଳ ସ୍ତର ବଢାଇବା ସେକ୍, ସ୍ମୁଦି, ଜୁସ୍ ଏବଂ ନଡିଆ ପାଣି ମଧ୍ୟ ପିଇପାରିବେ ।

ସୁସ୍ଥ ସ୍ନାକ୍ସ ଖାଆନ୍ତୁ :

ଜଳଖିଆରେ ସୁସ୍ଥ ସ୍ନାକ୍ସ ଖାଆନ୍ତୁ । ଶୁଖିଲା ଆପ୍ରିକଟ୍, ବାଦାମ, ତାଜା ଫଳ, ପ୍ରୋଟିନ୍ ବାର୍ ଏବଂ ଶସ୍ୟ ବାର୍ ପରି ଆଗରୁ ପ୍ରସ୍ତୁତ କିଛି ସୁସ୍ଥ ସ୍ନାକ୍ସ ପ୍ରସ୍ତୁତ ରଖନ୍ତୁ ।

ଭଲକରି ଶୁଅନ୍ତୁ :

ଶଯ୍ୟାରେ ଶୋଇବା ଏବଂ ଆରାମଦାୟକ ରହିବା ଗର୍ଭାବସ୍ଥାରେ ସବୁଠାରୁ ବଡ ଚ୍ୟାଲେଞ୍ଜ । ତଥାପି ଶୋଇବାକୁ ଚେଷ୍ଟା କରନ୍ତୁ । ଆପଣଙ୍କର ବାମ ପଟେ ଶୋଇବାକୁ ଚେଷ୍ଟା କରନ୍ତୁ । ଭଲ ନିଦ ପାଇଁ ଅଧିକ ତକିଆ ବ୍ୟବହାର କରନ୍ତୁ । ବାମ ପଟରେ ଶୋଇବା ଦ୍ବାରା ସବୁ ଅଙ୍ଗରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ ।

ଏହି ଜିନିଷ ଖାଆନ୍ତୁନାହିଁ :

ଗର୍ଭାବସ୍ଥାରେ ଅଧା ଫ୍ରାଏ ହୋଇଥିବା କଞ୍ଚା ମାଂସ, ଅଣ୍ଡାର ହଳଦିଆ ଅଂଶ, ଅମୃତଭଣ୍ଡା ଭଳି ଜିନିଷ ଖାଆନ୍ତୁ ନାହିଁ । ଏହି ଅବସ୍ଥାରେ ଅଣ୍ଡା କମ୍ ଖାଆନ୍ତୁ । କିନ୍ତୁ ଆପଣ ସିଝା ଅଣ୍ଡା ଖାଇପାରିବେ ।