ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପାଞ୍ଚୟତ ନିର୍ବାହୀ ଅଧିକାରୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ କାର୍ଯ୍ୟାଳୟରେ ଚଢାଉ କରିଛି ।ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇଛି । କୁଚିଣ୍ଡା ଏନଏସି ସ୍ଥିତ ତାଙ୍କ ଦୁଇ ମହଲା ବାସଭବନ, ନିଜ ପୈତୃକ ଘର ସୁବର୍ଣ୍ଣପାଲି, ଝଙ୍କରପାଲି ସ୍ଥିତ ଅଫିସରେ ଚଢାଉ ଜାରି ରହିଛି । ତେବେ ଭିଜିଲାନ୍ସ ଟିମ୍ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବାର ଜଣାପଡିଛି।