ସାମ୍ପ୍ରଦାୟୀକ ହିଂସା ଘଟଣା ଉପରେ ୧୩ ବିରୋଧୀ ଦଳର ମିଳିତ ବୟାନ, କହିଲେ-ପ୍ରଧାନମନ୍ତ୍ରୀ ଚୁପ ରହିବା ଆମକୁ ସ୍ତବ୍ଧ କରୁଛି

ସାମ୍ପ୍ରଦାୟୀକ ହିଂସା ଘଟଣା ଉପରେ ୧୩ ବିରୋଧୀ ଦଳର ମିଳିତ ବୟାନ, କହିଲେ-ପ୍ରଧାନମନ୍ତ୍ରୀ ଚୁପ ରହିବା ଆମକୁ ସ୍ତବ୍ଧ କରୁଛି
ସାମ୍ପ୍ରଦାୟୀକ ହିଂସା ଘଟଣା ଉପରେ ୧୩ ବିରୋଧୀ ଦଳର ମିଳିତ ବୟାନ, କହିଲେ-ପ୍ରଧାନମନ୍ତ୍ରୀ ଚୁପ ରହିବା ଆମକୁ ସ୍ତବ୍ଧ କରୁଛି

ନୂଆଦିଲ୍ଲୀ,୧୬/୦୪: ଦେଶରେ ସାଂପ୍ରଦାୟୀକ ହିଂସା ଘଟଣା ବୃଦ୍ଧି ପାଇବା ଏବଂ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ୧୩ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ନେତା ଏକ ମିଳିତ ବୟାନ ଜାରି କରିଛନ୍ତି। ସୋନିଆ ଗାନ୍ଧୀ, ଶରଦ ପାୱାର, ମମତା ବାନାର୍ଜୀ, ଏମକେ ଷ୍ଟାଲିନ, ହେମନ୍ତ ସୋରେନ, ତେଜସ୍ୱୀ ଯାଦବଙ୍କ ସହ ଅନ୍ୟ ବିରୋଧୀ ଦଳ ନେତା ଲୋକଙ୍କୁ ଶାନ୍ତି ଏବଂ ସଦଭାବ ବଜାୟ ରଖିବା ଏବଂ ସାମ୍ପ୍ରଦାୟୀକ ହିଂସାର ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ମିଳିତ ରୂପେ ଅପିଲ କରିଛନ୍ତି ।

ମିଳିତ ବୟାନରେ ୧୩ ବିରୋଧୀ ଦଳ କହିଛନ୍ତି, ଭୋଜନ, ଆସ୍ଥା ପରି ପ୍ରସଙ୍ଗକୁ ବ୍ୟବହାର କରି ସମାଜରେ ଦ୍ରୁବୀକରଣ କରାଯାଉଛି। ଏହାସହ ବିରୋଧୀ ପାର୍ଟି ଗୁଡିକ ସାଂପ୍ରଦାୟୀକ ହିଂସାର କଡା ନିନ୍ଦା କରି ଲୋକଙ୍କ ଭିତରେ କଟ୍ଟରତା ଏବଂ ସମାଜକୁ ଉତ୍ତେଜିତ କରୁଥିବା ଲୋକଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଚୁପ ରହିବା ନେଇ ସ୍ତବ୍ଧ ଅଛୁ ବୋଲି କହିଛନ୍ତି । ବିରୋଧୀ ନେତାମାନେ ସମସ୍ତ ବର୍ଗର ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି।

ରବିବାର ରାମ ନବନୀରେ ମଧ୍ୟ ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ ସହ ଦେଶର ବିଭିନ୍ନ ସ୍ଥାନରେ ହିଂସାର ଘଟଣା ସାମନାକୁ ଆସିଥିଲା। ଏହାର କିଛି ଦିନ ପରେ ବିରୋଧୀ ଦଳ ଗୁଡିକ ପକ୍ଷରୁ ଏହି ମିଳିତ ବୟାନ ଜାରି କରାଯାଇଛି। ମିଳିତ ବୟାନରେ କୁହାଯାଇଛି, ଦେଶରେ କିଛି ଲୋକଙ୍କ ଦ୍ୱାରା ଅଭଦ୍ର ଭାଷାର ବୃଦ୍ଧି ପାଉଥିବା ଘଟଣାକୁ ନେଇ ଚିନ୍ତିତ ଅଛୁ । ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, ପ୍ରଶାସନର ସୁରକ୍ଷା ତଳେ ଅଛନ୍ତି।