ବାର୍‌ହା ଶିକାର କରି ବନ୍ଧା ହେଲେ ଯୁବକ , ମାଂସ ସହ ହରିଣ ଶିଙ୍ଗ ଓ ଛାଲ ଜବତ

ବାର୍‌ହା ଶିକାର କରି ବନ୍ଧା ହେଲେ ଯୁବକ , ମାଂସ ସହ ହରିଣ ଶିଙ୍ଗ ଓ ଛାଲ ଜବତ

ତେଲକୋଇ ରେଞ୍ଜ ଗୋଳାବନ୍ଧ ବିଟରେ ବନ୍ୟଜନ୍ତୁ ଶିକାରୀ ବୃଦ୍ଧି ପାଇବାର ଲାଗିଛି। ଗତ କାଲି ବିଳମ୍ବିତ ରାତିରେ ଟୁଙ୍ଗୁରୁବାହାଲ ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରୁ ବାର୍‌ହା ମାଂସ ଜବତ ହୋଇଛି । ଘଟଣାରେ ଜଣେ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।ଗୋଳାବନ୍ଧ ବିଟରେ ବନ୍ୟଜନ୍ତୁ ଶିକାର ନେଇ ସୂଚନା ମିଳିଥିବା ବେଳେ ତେଲକୋଇ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କ ନେତୃତ୍ବରେ ବନବିଭାଗର ଗୋଟେ ଟିମ୍ ସେଠି ଚଢ଼ାଉ କରିଥିଲା।ଚଢାଉ ସମୟରେ ଜଣେ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ଜଣ ଫେରାର ହୋଇଥିବାର ଜଣା ପଡ଼ିଛି।ଗିରଫ ଶିକାରୀ ନିକଟରୁ ବାରହା ମାଂସ ସହ ହରିଣ ଛାଲ, ହରିଣ ଶିଙ୍ଗ ମଧ୍ୟ ଜବତ କରିଛି ବନବିଭାଗ । ଶିକାରରେ ବ୍ୟବହୃତ ସରଞ୍ଜାମକୁ ମଧ୍ୟ ଜବତ କରାଯାଇଛି। ଗିରଫ ଶିକାରୀକୁ କୋର୍ଟ ଚାଲାଣ କରାଯାଇଛି ।